ନୂଆଦିଲ୍ଲୀ: ଶୁକ୍ରବାର ଗୁଗୁଲ୍ ପ୍ଲେ ଷ୍ଟୋରରୁ ପେଟିଏମ୍ ଆପକୁ ହଟାଇ ଦେଇଛି ଗୁଗୁଲ୍। ପେଟିଏମକୁ ଜୁଆ ଖେଳ ଆପ୍ ବୋଲି ଗୁଗୁଲ କହିଛି। କମ୍ପାନୀ ଏଭଳି ଆପକୁ ପ୍ଲେ ଷ୍ଟୋରରେ ଜାଗା ଦେଇପାରିବ ନାହିଁ କହି ହଟାଇ ଦେଇଛି। ପେଟିଏମ୍ ଏବଂ UPI App One97 କମ୍ୟୁନିକେସନ ଲିମିଟେଡ୍ ଦ୍ୱାରା ଏହି ଆପ ତିଆରି ହୋଇଛି| ଏବେ ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ଆପ୍ ସର୍ଚ୍ଚ କଲେ ଆସୁ ନାହିଁ । କିନ୍ତୁ ଯେଉଁମାନେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଇନଷ୍ଟଲ୍ କରିଛନ୍ତି ସେମାନଙ୍କ ଆପରେ କାମ କରୁଛି ଏହି ଆପ୍।
ପେଟିଏମର ଅନ୍ୟାନ୍ୟା ଆପ୍ ପେଟିଏମ୍ ମନି, ପେଟିଏମ୍ ମଲ୍ ଇତ୍ୟାଦି ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି। ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହି ଆପ୍ ହଟିବା ପରେ ପେଟିଏମ୍ କୌଣସି ପ୍ରତିକ୍ରିୟା ରଖି ନାହିଁ।
ଗୁଗୁଲ କର୍ତ୍ତୃପକ୍ଷ ସୁଜାନେ ଫ୍ରେ ଟ୍ୱିଟ୍ କରି ଲେଖିଛନ୍ତି ଯେ କମ୍ପାନୀ କୌଣସି ପ୍ରକାରର ଜୁଆ ଖେଳକୁ ସମର୍ଥନ କରେ ନାହିଁ। ଅନ୍ୟପଟେ ପେଟିଏମ ଏକ ଚାଇନା କମ୍ପାନୀ। ଭାରତ, ଆମେରିକା ସହିତ ଚୀନର ତିକ୍ତତା ଚାଲିଥିବା ବେଳେ ପେଟିଏମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଆକଳନ କରାଯାଉଛି।
The post ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍ appeared first on Odisha Reporter.
from Odisha Reporter https://ift.tt/35MGYXj
No comments:
Post a Comment