ଉର୍ମିଳାଙ୍କ ପାଇଁ ଆଗେଇ ଆସିଲେ ଫ୍ୟାନ୍ସ, କଙ୍ଗନାଙ୍କୁ ଟାର୍ଗେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 18, 2020

ଉର୍ମିଳାଙ୍କ ପାଇଁ ଆଗେଇ ଆସିଲେ ଫ୍ୟାନ୍ସ, କଙ୍ଗନାଙ୍କୁ ଟାର୍ଗେଟ୍

ମୁମ୍ବାଇ: ବଲିଉଡ୍ ‘କୁଇନ୍’ କଙ୍ଗନା ରାଣାଓ୍ୱତ୍ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକରଙ୍କୁ ସଫ୍ଟ ପର୍ଣ୍ଣ ଷ୍ଟାର ବୋଲି ଆକ୍ଷେପ କରିବାକୁ ‘ରଙ୍ଗିଲା ଗର୍ଲ’ଙ୍କ ଫ୍ୟାନ୍ସ ହଜମ କରିପାରିନାହାନ୍ତି। ଉର୍ମିଳାଙ୍କୁ ସମର୍ଥନରେ ଆଗେଇ ଆସି ସେମାନେ କଙ୍ଗନାଙ୍କୁ ଟାର୍ଗେଟ୍ କରିଛନ୍ତି।

ଉର୍ମିଳାଙ୍କ ଫ୍ୟାନ୍ସ କହିଛନ୍ତି ଯେ ନିଜ କ୍ୟାରିଅର ଆରମ୍ଭରେ କଙ୍ଗନା ଢେର ଆଇଟମ୍ ଗୀତରେ ନାଚିଛନ୍ତି, ଅଙ୍ଗ ପ୍ରଦର୍ଶନ କରିଛନ୍ତି ଏବଂ ଯୌନ ଉଦ୍ଦୀପକ ଦୃଶ୍ୟରେ ବି ଅଭିନୟ କରିଛନ୍ତି। ତେଣୁ ନିଜେ କରୁଥିବା କାମକୁ ତର୍ଜମା ନ କରି ଅନ୍ୟକୁ ଅଙ୍ଗୁଳି ଦେଖାଇବାର ଅଭ୍ୟାସ କଙ୍ଗନା ପ୍ରଥମେ ଛାଡ଼ନ୍ତୁ ବୋଲି ଉର୍ମିଳାଙ୍କ ପ୍ରଶଂସକମାନେ କହିଛନ୍ତି।

ଅନ୍ୟପକ୍ଷରେ କଙ୍ଗନାଙ୍କ ସଫ୍ଟ ପର୍ଣ୍ଣ ଷ୍ଟାର୍ ମନ୍ତବ୍ୟ ସମ୍ପର୍କରେ କିଛି କହିବାକୁ ଉର୍ମିଳା ମନା କରି ଦେଇଛନ୍ତି।

ସୂଚନା ଅନୁସାରେ ଉର୍ମିଳା କହିଛନ୍ତି ଯେ ଏପରି ମନ୍ତ୍ରବ୍ୟ ଉପରେ ପ୍ରତିକ୍ରିୟା ରଖିବାକୁ ସେ ଉଚିତ ଭାବୁନାହାନ୍ତି। ଯାହାର ପରିବାରର ସଂସ୍କାର ଓ ମର୍ଯ୍ୟାଦା ଥିବ ସେ ଏଭଳି ହୀନ କଥା କହିପାରିବ ନାହିଁ ବୋଲି ଉର୍ମିଳା କହିଥିବା ଜଣାପଡ଼ିଛି।

The post ଉର୍ମିଳାଙ୍କ ପାଇଁ ଆଗେଇ ଆସିଲେ ଫ୍ୟାନ୍ସ, କଙ୍ଗନାଙ୍କୁ ଟାର୍ଗେଟ୍ appeared first on Odisha Reporter.



from Odisha Reporter https://ift.tt/3iMR3aw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages