୯ରୁ ପୁଣି ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

୯ରୁ ପୁଣି ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୯ ତାରିଖରୁ ଭୁବନେଶ୍ୱରରୁ ସୁରତ ମଧ୍ୟରେ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ । ଏୟାର ଇଣ୍ଡିଆ ପକ୍ଷରୁ ସୁରତରୁ ଅପରାହ୍ନ ୩.୩୦ରେ ଉଡାଣ ଆରମ୍ଭ କରି ୫.୨୦ରେ  ଭୁବନେଶ୍ୱରରେ ପହଞ୍ଚିବ ବିମାନ । ସେହିଭଳି ଭୁବନେଶ୍ୱରରୁ ଅପରାହ୍ନ ୪ଟା୨୦ରେ ଉଡାଣ ଆରମ୍ଭ କରି ରାତି ୮ଟା୧୦ ମିନିଟରେ ସୁରତରେ ପହଞ୍ଚିବ । ସପ୍ତାହର ସୋମବାର ଓ ବୁଧବାର ଦୁଇ ଦିନ ଏହି ବିମାନ ସେବା ଯୋଗାଇ ଦିଆଯିବ। 

ଗତବର୍ଷ ଭୁବନେଶ୍ୱରରୁ ସୁରତ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା । କିନ୍ତୁ କୋଭିଡ୍ କଟକଣା ପରେ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା । ଏହାପୂର୍ବରୁ ଭୁବନେଶ୍ୱରରୁ ନାଗପୁରକୁ ଇଣ୍ଡିଗୋ ବିମାନ ସେବା ଆରମ୍ଭ ହୋଇଛି । ଏହାବ୍ୟତୀତ ଦିଲ୍ଲୀ,ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ,ନାଗପୁର, ରାୟପୁର, ସୁରତ ଓ ଝାରସୁଗୁଡ଼ାକୁ ସିଧାସଳଖ ବିମାନ ଭୁବନେଶ୍ୱରରୁ ଉପଲବ୍ଧ ରହିଛି ।

The post ୯ରୁ ପୁଣି ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ appeared first on Odisha Reporter.



from Odisha Reporter https://ift.tt/31Uiedr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages