ଅଫ୍‌ଲାଇନ୍‌ରେ UG ପରୀକ୍ଷା, ଅନ୍‌ଲାଇନ୍‌ରେ ହେବ PG ଫାଇନାଲ୍ ସେମିଷ୍ଟର ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 1, 2020

ଅଫ୍‌ଲାଇନ୍‌ରେ UG ପରୀକ୍ଷା, ଅନ୍‌ଲାଇନ୍‌ରେ ହେବ PG ଫାଇନାଲ୍ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟର UG ପରୀକ୍ଷା ଚଳିତ ବର୍ଷ ଅଫଲାଇନ୍‌ରେ ମଲ୍ଟିପଲ୍ ଚଏସ୍ ଦ୍ୱାରା ହେବ । PG ଫାଇନାଲ୍ ସେମିଷ୍ଟର ପରୀକ୍ଷା କିନ୍ତୁ ଅନଲାଇନ୍‌ରେ ହେବ । ୯ ଜିଲ୍ଲାର ୨୭୮ କଲେଜରେ ୫୦ ହଜାର ୧୭୦ ଛାତ୍ରଛାତ୍ରୀ UG ପରୀକ୍ଷା ଦେବେ । ଉକ୍ତ ୯ ଜିଲ୍ଲାର ଯେ କୌଣସି କଲେଜରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  ଚଳିତ ମାସ ୩୦ ତାରିଖ ସୁଦ୍ଧା ପରୀକ୍ଷା ସରିବା ନେଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

ସେହିଭଳି ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ  ରେଭେନ୍ସା ବିଶ୍ୱବିଦ୍ୟାଳୟରେ UG/PG ଫାଇନାଲ୍ ସେମିଷ୍ଟର(ରେଗୁଲାର/ବ୍ୟାକ୍) ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ।  ପରୀକ୍ଷା ସୂଚୀ ଖୁବଶୀଘ୍ର ଅପଲୋଡ୍ ହେବାନେଇ ପରୀକ୍ଷା କଣ୍ଟ୍ରୋଲର ସୂଚନା ଦେଇଛନ୍ତି।

ସଂକ୍ରମଣ ବ୍ୟାପିବା ଆଶଙ୍କାକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।  ଯେଉଁମାନେ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଅସମର୍ଥ ହେବେ, କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପରୀକ୍ଷା ବ୍ୟବସ୍ଥା କରାଯିବ।  ଏହି ପରୀକ୍ଷା ପେନ୍‌ ଆଣ୍ଡ ପେପର ମୋଡରେ ଡିସେମ୍ବରରେ ହେବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି।

The post ଅଫ୍‌ଲାଇନ୍‌ରେ UG ପରୀକ୍ଷା, ଅନ୍‌ଲାଇନ୍‌ରେ ହେବ PG ଫାଇନାଲ୍ ସେମିଷ୍ଟର ପରୀକ୍ଷା appeared first on Odisha Reporter.



from Odisha Reporter https://ift.tt/3jD43j6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages