ମୁମ୍ବାଇ: ବଲିଉଡରୁ ପୁଣି ଆସିଛି ଦୁଃଖଦ ଖବର। ଭେଟେରାନ୍ ବଲିଉଡ୍ ଅଭିନେତା ବିଶାଲ ଆନନ୍ଦଙ୍କର ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିନ୍ତୁ ରବିବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।
ବିଶାଲ ଆନନ୍ଦଙ୍କର ପ୍ରକୃତ ନାମ ଭିଶମ୍ କୋହଲି। ସେ ବଲିଉଡରେ ୧୧ଟି ଫିଲ୍ମରେ ଅଭିନୟ କରିଛନ୍ତି। ସେ ସୁପରହିଟ୍ ଫିଲ୍ମ ‘ଚଲତେ ଚଲତେ’, ‘ସା-ରେ-ଗା-ମା-ପା’ ଏବଂ ଟ୍ୟାକ୍ସି ଡ୍ରାଇଭର୍ ସମେତ ଅନେକ ଫିଲ୍ମରେ କାମ କରିଛନ୍ତି। ୧୯୭୩ରେ ରିଲିଜ୍ ହୋଇଥିବା ‘ଚଲତେ ଚଲତେ’ ଫିଲ୍ମକୁ ମଧ୍ୟ ବିଶାଲ୍ ପ୍ରଯୋଜନା କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଭାବେ ସିମ୍ମି ଗରେୱାଲ୍ ଥିଲେ।
ଆଜି ବି ‘ଚଲତେ ଚଲତେ’ର ଫିଲ୍ମର ସବୁ ଗୀତ ଲୋକଙ୍କ ମନରେ ରହିଛି। ବିଶେଷକରି ଫିଲ୍ମର ଟାଇଟଲ୍ ଟ୍ରାକ୍ ବ୍ଲକବଷ୍ଟର ହୋଇଥିଲା। ଏହି ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ବାପ୍ପି ଲାହିରି। ଏହାଛଡ଼ା ବିଶାଲ୍ ‘ହିନ୍ଦୁସ୍ତାନ କି କସମ୍’, ‘ଦିଲସେ ଦିଲ୍ ମିଲେ’ ଓ ‘କିସମତ୍’ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ସେ କେବଳ ଅଭିନୟ ନଥିଲେ ବରଂ ଜଣେ ନିର୍ଦ୍ଦେଶକ ଓ ପ୍ରଯୋଜକ ମଧ୍ୟ ଥିଲେ।
The post ଭେଟେରାନ୍ ବଲିଉଡ୍ ଅଭିନେତାଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/30woCXq
No comments:
Post a Comment