ବଲାଙ୍ଗିର: ବ୍ୟାଙ୍କ ସାମ୍ନାରୁ ବ୍ୟବସାୟୀଙ୍କ ଠାରୁ ପାଞ୍ଚ ଲକ୍ଷ ଟଙ୍କା ଲୁଟ୍। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର କଲେଜ ଛକ ଏଡିବି ବ୍ୟାଙ୍କ ସାମ୍ନାରେ। ଟିକ୍ରାପଡାର ବ୍ୟବସାୟୀ ସଞ୍ଜୟ ଶତପଥି ନିଜେ ତିନି ଲକ୍ଷ ଟଙ୍କା ଧରିଥିବା ବେଳେ ଆଉ ଦୁଇ ଲକ୍ଷ ଟଙ୍କା କଲେଜ ଛକ ନିକଟରେ ଥିବା ଏଡିବି ବ୍ୟାଙ୍କରୁ ୱିଥଡ୍ର କରିଥିଲେ।
ଏଥିସହ ସେ ଏକ ବ୍ୟାଗରେ ମୋଟ ୫ ଲକ୍ଷ ଟଙ୍କା ଧରି ବ୍ୟାଙ୍କରୁ ବାହାରୁଥିବା ସମୟରେ ହଠାର ଦୁଇଜଣ ଯୁବକ ଏକ ପଲସର ବାଇକରେ ଆସି ବ୍ୟାଗ ଛଡାଇ ନେଇ ଫେରାର ମାରିଥିଲେ। ଜଣେ ଲୁଟେରା ମୁଣ୍ଡରେ ହେଲମେଟ ପିନ୍ଧିଥିବା ବେଲେ ଜଣେ ଖୋଲା ମୁହଁରେ ଥିଲା। ପଛ ପଟେ ବସିଥିବା ବ୍ୟକ୍ତି ହଠାତ ବ୍ୟାଗ ଛଡ଼ାଇ ନେଇଥିଲା।
ଅଭିଯୋଗ ପାଇଲା ପରେ ଟାଉନ ପୁଲିସର ଏକ ଟିମ ଲୁଟ୍ର ଶିକାର ବ୍ୟବସାୟୀଙ୍କ ସହ ବିଭିନ୍ନ ଜାଗାରେ ଚଢଉ କରିଥିଲେ, କିନ୍ତୁ ସେତେବେଳକୁ ଲୁଟେରା ଫେରାର ମାରିଥିଲେ। ଟାଉନ୍ ପୁଲିସ ବ୍ୟାଙ୍କରେ ଲାଗିଥିବା ସି.ସି.ଟିଭି ଫୁଟେଜ ଯାଞ୍ଚ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ଲୁଟେରା ମାନଙ୍କୁ ବ୍ୟାଙ୍କର କିଛି କର୍ମଚାରୀ ସୂଚନା ଦେଇଥିବା ସନ୍ଦେହ କରାଯାଉଛି।
The post ପଲସର୍ରେ ଆସିଲେ, ୫ ଲକ୍ଷ ଟଙ୍କା ଲୁଟିନେଲେ appeared first on Odisha Reporter.
from Odisha Reporter https://ift.tt/3jJ6roE
No comments:
Post a Comment