ହାଇକୋର୍ଟ ଓକିଲଙ୍କ ମେଟ୍ରିମୋନିଆଲ୍ ଆଡ୍, ରହିଛି ଏପରି ସର୍ତ୍ତ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 5, 2020

ହାଇକୋର୍ଟ ଓକିଲଙ୍କ ମେଟ୍ରିମୋନିଆଲ୍ ଆଡ୍, ରହିଛି ଏପରି ସର୍ତ୍ତ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏକ ମେଟ୍ରିମୋନିଆଲ୍ ଆଡ୍ ସୋଶାଲ ମିଡିଆରେ ଏବେ ଖୁବ୍ ଭାଇରାଲ୍ ହେଉଛି, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଜଣେ ବ୍ୟକ୍ତିଙ୍କୁ ବିବାହ କରିବାର ଅଛି। ହେଲେ ତାଙ୍କ ଡିମାଣ୍ଡ ଏମିତି ଯେ, ଆପଣ ଶୁଣିଲେ ବି ହସି ହସି ବେଦମ୍ ହୋଇଯିବେ। କିନ୍ତୁ ତାଙ୍କ ଆବଶ୍ୟକତା ପୂରା ହେଲେ ହିଁ ସେ ବିବାହ କରିବେ। ତେବେ ବାହାଘର ପାଇଁ କଣ ସର୍ତ୍ତ ରଖିଛନ୍ତି ବରପାତ୍ର ଆସନ୍ତୁ ଜାଣିବା…

ପଶ୍ଚିମବଙ୍ଗର ଜଣେ 37 ବର୍ଷୀୟ ଯୁବକ ନିଜ ବିବାହ ଲାଗି ବିଜ୍ଞାପନ ଦେଇଥିଲେ, ଯାହା ପରବର୍ତ୍ତୀ ସମୟରେ ସୋଶାଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ସେ ପେସାରେ ଜଣେ ହାଇକୋର୍ଟ ଓକିଲ ଥିବା ବେଳେ ବିବାହ ଲାଗି ଜଣେ ଉପଯୁକ୍ତ କନ୍ୟା ପାତ୍ର ଖୋଜୁଛନ୍ତି। ଏଣୁ ଖବରକାଗଜରେ ମେଟ୍ରିମୋନିଆଲ୍ ଆଡ୍ ଦେଇଥିଲେ। ଆଉ ବିବାହ ମେଳକ ପାଇଁ ସେ ଏକାଧିକ ସର୍ତ୍ତ ରଖିଥିଲେ, ଯେଉଁଥିରେ ଅନ୍ୟତମ ସର୍ତ୍ତ ଥିଲା ‘କନ୍ୟାର ସୋଶାଲ ମିଡିଆ ନିଶା ନ ଥିବା ଜରୁରୀ।

ଓକିଲ୍ ବରପାତ୍ରଙ୍କ ଦ୍ୱାରା ଦିଆଯାଇଥିବା ଏହି ମେଟ୍ରିମୋନିଆଲ୍ ଆଡ୍ ସୋଶାଲ ମିଡିଆରେ ଖୁବ୍ ଧ୍ୟାନ ଆକର୍ଷଣ କରିଛି। ଏହାପରେ ଆଇଏଏସ୍ ଅଧିକାରୀ ନୀତିନ ସାଙ୍ଗଓ୍ୱାନ ଏହାର ଫଟୋ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଏହା ସହ ଲେଖିଛନ୍ତି, “ଭାବି ବର, କନ୍ୟା ଧ୍ୟାନ ଦିଅନ୍ତୁ। ମ୍ୟାଚ୍ ମେକିଂ କ୍ରାଇଟେରିୟା ବଦଳୁଛି।”

ସାଙ୍ଗଓ୍ୱାନଙ୍କ ଏହି ଟ୍ୱିଟ୍ ପରେ ପୁଣି ମେଟ୍ରିମୋନି ଆଡଟି ସୋଶାଲ ମିଡିଆରେ ଚର୍ଚ୍ଚାକୁ ଆସିଛି। ଲୋକେ ଏହାକୁ ଖୁବ୍ ଲାଇକ୍, କମେଣ୍ଟ, ଶେୟାର କରୁଛନ୍ତି। ତେବେ ଅନେକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି। ଅନେକଙ୍କ କହିବା ହେଲା, ଆଜିର ସମୟରେ ସୋଶାଲ ମିଡିଆ ଜୀବର ଅବିଚ୍ଛେଦ ଅଙ୍ଗ ଭଳି ସ୍ଥାନ ଅକ୍ତିଆର କରିଛି। ପ୍ରାୟ ସମସ୍ତେ ଫେସବୁକ, ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଆକ୍ଟିଭ୍ ରୁହନ୍ତି। ଏଣୁ ଏଭଳି କନ୍ୟା କେଉଁଠି ମିଳିବ।

The post ହାଇକୋର୍ଟ ଓକିଲଙ୍କ ମେଟ୍ରିମୋନିଆଲ୍ ଆଡ୍, ରହିଛି ଏପରି ସର୍ତ୍ତ… appeared first on Odisha Reporter.



from Odisha Reporter https://ift.tt/2GtsCkz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages