ଯେଉଁ ବ୍ୟାଙ୍କରୁ ଲୋନ୍‌ କରିଥିଲେ, ସେହି ବ୍ୟାଙ୍କରୁ ଲୁଟିଲେ-ସିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 5, 2020

ଯେଉଁ ବ୍ୟାଙ୍କରୁ ଲୋନ୍‌ କରିଥିଲେ, ସେହି ବ୍ୟାଙ୍କରୁ ଲୁଟିଲେ-ସିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍ ଲସ୍‌ରୁ ହିଁ ଲୁଟ୍ ପ୍ଲାନ୍‌ କରିଥିଲେ ଅଭିଯୁକ୍ତ। ନିଜେ ଯେଉଁ  ବ୍ୟାଙ୍କରୁ ଲୋନ୍‌ କରିଥିଲେ, ସେହି ବ୍ୟାଙ୍କରୁ ଲୁଟିବାକୁ ବିଛାଇଲେ ଜାଲ। ଏହାପରେ ଯେଉଁଠୁ ଲୁଟିଲେ ସେଠି ଋ଼ଣ ମଧ୍ୟ ସୁଝିଲେ ।

ଗତ ମାସକରେ ଭୁବନେଶ୍ୱରରେ ୨ଟି ବ୍ୟାଙ୍କରୁ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରି ପ୍ରେସମିଟ୍‌ରେ ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଖୋଦ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ପୁଲିସ୍‌ କମିଶନର ପ୍ରେସ୍‌ମିଟ୍‌ରେ ଦେଇଥିବା ସୂଚନା ଅନୁଯାୟୀ,  ବ୍ୟାଙ୍କ ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ସୌମ୍ୟରଞ୍ଜନ ଜେନାଙ୍କର ଏକ କପଡ଼ା ଦୋକାନ ଥିଲା । ତେବେ  ଲକ୍‌ଡାଉନ୍ ପାଇଁ ବ୍ୟବସାୟରେ କ୍ଷତି ଯୋଗୁଁ ଶେଷରେ ବ୍ୟାଙ୍କ୍ ଲୁଟ୍ କରିବାକୁ ସେ ଯୋଜନା ପ୍ରସ୍ତୁତ କରିଥିଲେ । ଯେଉଁ ବ୍ୟାଙ୍କରେ ଲୋନ୍ ଥିଲା ସେହି ବ୍ୟାଙ୍କରୁ ହିଁ ଲୁଟ୍ କରିବାକୁ ପ୍ଲାନ୍ କରିଥିଲେ।

ଲୁଟ୍ ହୋଇଥିବା ୨ଟି ବ୍ୟାଙ୍କରେ ସୌମ୍ୟରଞ୍ଜନଙ୍କ ଆକାଉଣ୍ଟ ଅଛି।  ୨ଟି ବ୍ୟାଙ୍କରୁ ସେ ୧୯ ଲକ୍ଷ ଟଙ୍କାର ଋଣ କରିଥିଲେ। ଋଣ କରିଥିବା ୧୯ ଲକ୍ଷରୁ ଆଉ ୬ ଲକ୍ଷ ସୁଝିବାକୁ ବାକି ରହିଥିଲା। ହେଲେ  ଲକ୍‌ଡାଉନ୍ ଯୋଗୁଁ ସେ ଆଉ ଋଣ ସୁଝି ପାରୁ ନ ଥିଲେ।

।  ଲୁଟ୍ କରି ସେହି ଟଙ୍କାରେ ଋଣ ସୁଝିବା ଯୋଜନା କରି ପ୍ରଥମେ ସେ ୟୁଟ୍ୟୁବ୍‌ରୁ ବ୍ୟାଙ୍କ୍ ଲୁଟର ତରିକା ଶିଖିଥିଲେ। ସୋଶାଲ ମିଡିଆରେ ଲୁଟ୍ ସମ୍ପର୍କରେ ଶିଖିବା ପରେ ଖେଳଣା ବନ୍ଧୁକ ମୁନରେ ଦୁଇଟି ବ୍ୟାଙ୍କରୁ ଲୁଟିଥିଲେ ।

ଗତ ସେପ୍ଟେମ୍ବର ୭ ତାରିଖରେ କଳାରାହାଙ୍ଗ IOC ବ୍ୟାଙ୍କ ଓ ୨୯ ତାରିଖରେ ମଞ୍ଚେଶ୍ୱର ନିକଟ ବରିମୁଣ୍ଡରେ ଥିବା ବ୍ୟାଙ୍କରେ ଲୁଟ୍ କରିଥିଲେ। ଦୁଇଟି ଲୁଟ୍‌ରେ ଲୁଟେରାର ଚେହେରା ଓ ପୁରା ଘଟଣା କିନ୍ତୁ ସିସିଟିଭିରେ କଏଦ ହୋଇଯାଇଥିଲା ।

ତଦନ୍ତ ସମୟରେ ଉଭୟ ବ୍ୟାଙ୍କରେ ଲୁଟେରା ଜଣେ ଥିବା  ସହ ସେ ଓଡ଼ିଆରେ କଥା ହେଉଥିବା ଜଣାପଡ଼ିଥିଲା । କେହି ଲୋକାଲ ଲୋକ ଏପରି କରିଥିବା ଅନୁମାନ କରି ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିଲା।  ଏହାପରେ ସ୍ପେଶାଲ ସ୍କ୍ୱାର୍ଡ ମାମଲା ଉପରୁ ପରଦା ହଟାଇଥିବା କହିଛନ୍ତି ସିପି।

 

The post ଯେଉଁ ବ୍ୟାଙ୍କରୁ ଲୋନ୍‌ କରିଥିଲେ, ସେହି ବ୍ୟାଙ୍କରୁ ଲୁଟିଲେ-ସିପି appeared first on Odisha Reporter.



from Odisha Reporter https://ift.tt/3iy9ZZM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages