ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ବାସେଳି ସାହି ଥାନା ପୁଲିସ୍ ନିଶା କାରବାର କରୁଥିବା ଏକ ବଡ଼ ଧରଣର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି। ଆଜି ସକାଳେ ମଙ୍ଗଳାଘାଟ ଛକ ନିକଟରେ ଗାଡିମୋଟର ଯାଞ୍ଚ କରିବା ବେଳେ ଏକ କଳା ରଙ୍ଗର ପଲସର ଓ ଏକ ଟାଟା ସଫାରିରୁ ୨୭୩ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୁଲିସ୍ । ଜବତ ବ୍ରାଉନସୁଗର ଦାମ୍ ୨୭ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ୨ଟି ଗାଡି ପୁରୀ ଅଭିମୁଖେ ଆସୁଥିବା ଜଣାପଡ଼ିଛି।
ଏହି ଘଟଣାରେ ଖୋର୍ଦ୍ଧା ସହରର ଅନୀଲ ବରାଳ, କୃଷ୍ଣଚନ୍ଦ୍ର ଭୁଜବଳ, ସୋମନାଥ ଭୁଜବଳ, ପୁରୀ ନରେନ୍ଦ୍ର କୋଣ ଅଞ୍ଚଳର ବାବୁନା ନାୟକ, ପୁରୀ ସଦର ଥାନା ଅଧୀନ ଖଣ୍ଡିଆବନ୍ଧ, ବାରବାଟୀର ବଳରାମ ଭୋଇ ଓ ପୁରୀ ଗୋଖା ସାହିର ବାବୁନା ବେହେରା ଅଭିଯୁକ୍ତ ଅନୀଲ ବରାଳଙ୍କୁ ଗିରଫ କରିଛି ପୁଲିସ୍। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଛି ।
The post ୨୭ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ appeared first on Odisha Reporter.
from Odisha Reporter https://ift.tt/2SqglQ2
No comments:
Post a Comment