କଳାହାଣ୍ଡି(ରାଜ କୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା ପଲମ ଫାଣ୍ଡି ସାଲେଭଟା ଗ୍ରାମ୍ୟ ଜଙ୍ଗଲରୁ ଜଣେ ମହିଳାଙ୍କ ସହ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଉଭୟ ପ୍ରେମୀ ଯୁଗଳ ବୋଲି ମୃତା ମହିଳାଙ୍କ ସ୍ୱାମୀ ପୁଲିସ୍କୁ କହିଥିବା ବେଳେ ସେମାନଙ୍କ ମୃତ୍ୟୁ କ’ଣ ପାଇଁ ହେଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍।
ପୁଲିସ୍ ସୂଚନା ଅନୁସାରେ, ମହିଳାଜଣକ ଗତ ଶନିବାରଠୁ ନିଖୋଜ ଥିଲେ। ଏନେଇ ତାଙ୍କ ସ୍ୱାମୀ ପଲମ ଫାଣ୍ଡିରେ ଅଭିଯୋଗ କରିଥିଲେ । ତେବେ ଗାଁ ନିକଟ ଜଙ୍ଗଲରେ ସମ୍ପୃକ୍ତ ମହିଳାଙ୍କ ସହ ସ୍ଥାନୀୟ ଅଞ୍ଚଳର ଅନ୍ୟଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍କୁ ଖବର ଦେଇଥିଲେ।
ମୃତ ଯୁବକଜଣଙ୍କ ସିଲେଟପଡ଼ା ଗ୍ରାମର ଲିଙ୍ଗରାଜ ମାଝି ବୋଲି ପୋଲିସ ଫାଣ୍ଡି ଅଧିକାରୀ ଆଶିତ ପଣ୍ଡା ସୂଚନା ଦେଇଛନ୍ତି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ସେ ନେଇ ପୁଲିସ୍ ତଦନ୍ତ କରୁଛି ।
ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲାଣି ପ୍ରେମ ସମ୍ପର୍କ ଥିବା ମୃତା ମହିଳାଙ୍କ ସ୍ୱାମୀ ପୁଲିସ୍ ନିକଟରେ କହିଛନ୍ତି। ପୁଲିସ୍ ସମସ୍ତ ଦିଗକୁ ଧ୍ୟାନରେ ରଖି ତଦନ୍ତ କରୁଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ୍ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
The post ଝୁଲନ୍ତା ଅବସ୍ଥାରେ ମିଳିଲା ୨ ମୃତଦେହ appeared first on Odisha Reporter.
from Odisha Reporter https://ift.tt/3izbPJK
No comments:
Post a Comment