ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀକୁ ଦୃଷ୍ଟିରେ ରଖି ଗତ ସାତ ମାସ ହେଲା ଦେଶରେ ସିନେମା ହଲ୍ ବନ୍ଦ ରହିଥିଲା। ହେଲେ ଏବେ ସରକାରଙ୍କ କରୋନା ଗାଇଡଲାଇନ୍ ପାଳନ କରି ସିନେମା ହଲ୍ ଖୋଲିପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ମଙ୍ଗଳବାର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଦେଶରେ ସିନେମା ହଲ୍ ଖୋଲିବା ଲାଗି ଏସଓପି ଜାରି କରିଛନ୍ତି।
ଅକ୍ଟୋବର ୧୫ରୁ ୫୦ ପ୍ରତିଶତ ଦର୍ଶକଙ୍କ ସହ ସିନେମା ହଲ୍ ଖୋଲିପାରିବ। ଅର୍ଥାତ୍ ଗାଇଡଲାଇନ୍ ଅନୁଯାୟୀ କେବଳ ୫୦ ପ୍ରତିଶତ ଦର୍ଶକ ହିଁ ବସିପାରିବେ। ସେହିପରି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଦୂରତା ବଜାୟ ରଖିବାକୁ ଗୋଟିଏ ଲେଖାଏଁ ସିଟ ଖାଲି ରହିବା ମଧ୍ୟ ଅନିର୍ବାର୍ଯ୍ୟ।
ଗତ ସାତ ମାସ ହେଲା ସିନେମା ହଲ୍ ବନ୍ଦ ରହିଛି। ଏଣିକି ଆସନ୍ତା ୧୫ ତାରିଖରୁ ସିନେମା ଖୋଲିପାରିବ। ଲୋକଙ୍କ ସୁରକ୍ଷା ଲାଗି ଆମେ ଏସଓପି ପ୍ରସ୍ତୁତ କରିଛୁ। ମାସ୍କ ପିନ୍ଧିବା, ଗୋଟିଏ ଲେଖାଏଁ ସିଟ୍ ଛାଡ଼ି ବସିବା ଏବଂ ସାନିଟାଇଜର୍ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ବୋଲି ପ୍ରକାଶ ଜାଭଡେକର ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି।
ଏହାସହ କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସଂକ୍ରମଣଠାରୁ ସତର୍କ ରହିବା ନେଇ ଲୋକଙ୍କୁ ସଚେତନ କରାଇବାକୁ ଏକ ମିନିଟର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ ବା ଏନେଇ ଘୋଷଣା କରାଯିବା ମଧ୍ୟ ବାଧ୍ୟତାମୂଳକ। ଗୋଟିଏ ଶୋ’ ଶେଷ ହେବା ପରେ ସମ୍ପୂର୍ଣ୍ଣ ହଲକୁ ସାନିଟାଇଜ୍ କରିବାକୁ ହେବ। ଆଉ ସାନିଟାଇଜ୍ ପରେ ହିଁ ପରବର୍ତ୍ତୀ ଶୋ’ ଆରମ୍ଭ ହେବ।
ସମସ୍ତ ସ୍ଥାନରେ ଅନଲାଇନ୍ ଟିକେଟ୍ ବୁକିଂକୁ ପ୍ରୋତ୍ସାହିତ କରାଯିବା ଜରୁରୀ। ଖୋଲା ନୁହେଁ ବରଂ ପ୍ୟାକଡ୍ ଖାଦ୍ୟ ମିଳିବ ବୋଲି ମଧ୍ୟ ନିୟମରେ କୁହାଯାଇଛି। ଏନେଇ ସମସ୍ତ ଏସଓପିକୁ କଡ଼ାକଡ଼ି ଭାବେ ପାଳନ କରି ଲୋକେ ୧୫ ଅକ୍ଟୋବରରୁ ସିନେମା ହଲ୍ ଯାଇ ଫିଲ୍ମ ଦେଖିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
The post ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍ appeared first on Odisha Reporter.
from Odisha Reporter https://ift.tt/3llRkCj
No comments:
Post a Comment