ଓଭରବ୍ରିଜ୍ ନିକଟରୁ ମିଳିଲା ହାତୀ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 8, 2020

ଓଭରବ୍ରିଜ୍ ନିକଟରୁ ମିଳିଲା ହାତୀ ମୃତଦେହ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ନିୟମିତ ବ୍ୟବଧାନରେ ହାତୀ ମୃତଦେହ ଦେଖିବାକୁ ମିଳିଛି। ଆଜି ଖୋର୍ଦ୍ଧା ମଳିପଡ଼ା ଓଭରବ୍ରିଜ୍ ନିକଟରେ ଏକ ହାତୀର ମୃତଦେହ ଠାବ ହୋଇଛି। ତେବେ କେଉଁ ସ୍ଥିତିରେ ହାତୀର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ।

ହାତୀ ମୃତ୍ୟୁ ଘଟିଥିବା ସ୍ଥାନରେ ଏକ ବାଉଁଶ ବୁଦା ଥିବା ବେଳେ ଉପରେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ଯାଇଛି। ତେଣୁ ହାତୀଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି।

କିଛି ଦିନ ତଳେ ମଳିପଡା ରାମେଶ୍ୱର ଛକସ୍ଥିତ ମଲାଗୁଣୀ ନଦୀ ନିକଟରେ ଦୁଇଟି ହାତୀର ମୃତଦେହ ଠାବ କରାଯାଇଥିଲା। ପୂର୍ବରୁ ଖୋର୍ଦ୍ଧା ସହର, ଡାକ୍ତରଖାନା ପରସରରେ ମଧ୍ୟ ହାତୀ ଦେଖିବାକୁ ମିଳିଥିଲା।

The post ଓଭରବ୍ରିଜ୍ ନିକଟରୁ ମିଳିଲା ହାତୀ ମୃତଦେହ appeared first on Odisha Reporter.



from Odisha Reporter https://ift.tt/30MqVpj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages