ଯୌତୁକ ନିର୍ଯାତନା ଅଭିଯୋଗରେ ସେନା ଅଧିକାରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 9, 2020

ଯୌତୁକ ନିର୍ଯାତନା ଅଭିଯୋଗରେ ସେନା ଅଧିକାରୀ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୌତୁକ ନିର୍ଯାତନା ଅଭିଯୋଗରେ ଜଣେ ସେନା ଅଧିକାରୀଙ୍କୁ ପୁଲିସ ଗିରଫ କରିଛି। ଭୁବନେଶ୍ୱର ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ମେଜର। ତାଙ୍କ ନାଁ ସୌମ୍ୟରଞ୍ଜନ ପତି ବୋଲି ସୂଚନା ମିଳିଛି ।

ତାଙ୍କ ପତ୍ନୀଙ୍କ ଏତଲା ଆଧାରରେ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ସଂପୃକ୍ତ ସେନା ଅଧିକାରୀ ଜଣଙ୍କ ଫରିଦାବାଦରେ କାର୍ଯ୍ୟରତ ଥିଲେ। ଯୌତୁକ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ। ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

ଗିରଫ ପରେ ସେନାଅଧିକାରୀଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ମାମଲାର ଶୁଣାଣି ପାଇଁ ଗତକାଲି ରାତିରେ କୋର୍ଟ ଖୋଲାଯାଇଥିଲା। ସୌମ୍ୟରଞ୍ଜନଙ୍କ ଜାମିନ ନାମଞ୍ଜୁର ସହ ତାଙ୍କୁ ଆର୍ମୀ କଷ୍ଟୋଡିକୁ ଅଦାଲତ ପଠାଇଥିବା କହିଛନ୍ତି ଅଭିଯୋଗକାରୀଙ୍କ ଓକିଲ।

 

The post ଯୌତୁକ ନିର୍ଯାତନା ଅଭିଯୋଗରେ ସେନା ଅଧିକାରୀ ଗିରଫ appeared first on Odisha Reporter.



from Odisha Reporter https://ift.tt/3lnLZdq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages