ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କଲା ମୁମ୍ୱାଇ ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 17, 2020

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କଲା ମୁମ୍ୱାଇ ପୁଲିସ୍

ମୁମ୍ୱାଇ: ବଲିଉଡ କଳାକାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକ୍ଷୟ ଓରଫ ମିମୋହ ଏବଂ ତାଙ୍କ ସ୍ତ୍ରୀ ଯୋଗୀତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ମୁମ୍ୱାଇ ପୁଲିସ। ଜଣେ ଯୁବତୀଙ୍କୁ ଦୁଷ୍କର୍ମ ସହିତ ଗର୍ଭପାତ କରାଇଥିବା ଅଭିଯୋଗ ରହିଛି ଏହି ମା ଓ ପୁଅଙ୍କ ନାମରେ। ମିଥୁନ ଚକ୍ରବର୍ତ୍ତୀଙ୍କ ଘର ନିକଟସ୍ଥ ଓସିୱାରା ପୁଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି।

ପୀଡ଼ିତା ମହିଳା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ୨୦୧୫ ମସିହାରୁ ମହାକ୍ଷୟଙ୍କ ସହ ସମ୍ପର୍କ ରଖିଥିଲେ। ମହାକ୍ଷୟ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ସୁନିଶ୍ଚିତ କରାଇଥିଲେ। ପୁଲିସକୁ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା।

୨୦୧୫ରେ ମହାକ୍ଷୟ ତାଙ୍କୁ ତାଙ୍କ ଘରକୁ ଡାକିଥିଲେ ଏବଂ ମୃଦୁ ପାନୀୟରେ ଡ୍ରଗ୍ସ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏହି ସମୟ ମଧ୍ୟରେ ମହାକ୍ଷୟ ପୀଡିତାଙ୍କ ବିନା ସହମତିରେ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଜଣାପଡ଼ିଛି। ଏହାପରେ ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଠକିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।

ପୀଡ଼ିତାଙ୍କ ବୟାନ ଅନୁଯାୟୀ ମିଥୁନରଙ୍କ ପୁଅ ତାଙ୍କ ସହ ଚାରି ବର୍ଷ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଯେତେବେଳେ ପୀଡ଼ିତା ଗର୍ଭବତୀ ହୋଇଥିଲେ, ମହାକ୍ଷୟ ତାଙ୍କୁ ଗର୍ଭପାତ କରାଇବାକୁ ଚାପ ପକାଇଥିଲେ। ହେଲେ ପୀଡ଼ାତ ରାଜି ହୋଇନଥିଲେ। ଏହାପରେ ମିଥୁନଙ୍କ ପୁଅ ଅନ୍ୟ ଔଷଧ ନାଁରେ ଗର୍ଭପାତ ଟାବଲେଟ ଦେଇ ତାଙ୍କର ଗର୍ଭପାତ କରାଇଥିଲେ ବୋଲି ପୀଡ଼ିତା କହିଛନ୍ତି।

ମିଥୁନଙ୍କ ପୁଅ ଏଭଳି କରାଇବା ପଛରେ ତାଙ୍କ ମାଆ ଯୋଗିତାଙ୍କ ନାମ ରହିଛି ବୋଲି ପୀଡ଼ାତା କହିଛନ୍ତି। ପୀଡ଼ିତା ଏହି ମାମଲାରେ ଏଫଆଇଆର ଦେବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ ମାମଲା ଗ୍ରହଣ କରିନଥିଲା। ଏହାପରେ ପୀଡ଼ିତା ମୁମ୍ବାଇ ଛାଡି ଦିଲ୍ଲୀ ଯାଇଥିଲେ। କିଛି ପ୍ରମାଣକୁ ଆଧାର କରି ପୀଡ଼ିତା ଦିଲ୍ଲୀର ରୋହିଣୀ କୋର୍ଟରେ ଆବେଦନ କରିଥିଲେ। ଏହାପରେ କୋର୍ଟ ଏଫଆଇଆରକୁ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ମୁମ୍ବାଇର ଓସିୱାରା ପୁଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି। ମିଥୁନଙ୍କ ପୁଅ ତାଙ୍କ ଗର୍ଲଫ୍ରେଣ୍ଡ ମାଦାଲସା ଶର୍ମାଙ୍କୁ ୭ ଜୁଲାଇ ୨୦୧୮ ରେ ବିବାହ କରିଛନ୍ତି।

The post ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କଲା ମୁମ୍ୱାଇ ପୁଲିସ୍ appeared first on Odisha Reporter.



from Odisha Reporter https://ift.tt/31gSd7t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages