ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏମସ୍ ରିପୋର୍ଟ ଆସିବା ପରେ ମୁମ୍ବାଇ ପୁଲିସ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ଆସିଛି। ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ ନିଜ ପ୍ରତିକ୍ରିୟା ଦେଇ ସତ ସବୁବେଳେ ବିଜୟୀ ହୁଏ ବୋଲି କହିଛନ୍ତି।
ସୁଶାନ୍ତ ମୃତ୍ୟୁ ମାମଲାରେ ଏମସ୍ ପ୍ୟାନେଲ୍ ସିବିଆଇକୁ ନିଜ ରିପୋର୍ଟ ଦେଇସାରିଛି। ଏଥିରେ ସୁଶାନ୍ତଙ୍କ ହତ୍ୟା ଆଶଙ୍କାକୁ ସମ୍ପୂର୍ଣ୍ଣ ଖାରଜ କରିଦିଆଯାଇଛି ଏବଂ ସେ ଆତ୍ମହତ୍ୟା କରିଥିବା କୁହାଯାଇଛି। ଏହାପରେ ମୁମ୍ବାଇ ପୁଲିସ କମିଶନର ନିଜ ପ୍ରତିକ୍ରିୟା ଦେଇଛନ୍ତି। ମାମଲାର ତଦନ୍ତ ପ୍ରକ୍ରିୟାରେ ମୁମ୍ବାଇ ପୁଲିସ ଉପରକୁ ଅନେକ ଅଙ୍ଗୁଳି ଉଠିବା ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା।
ପରମବୀର ସିଂହ କହିଛନ୍ତି ଯେ, ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତରେ ପୂର୍ବରୁ ମଧ୍ୟ କୌଣସି ଚିନ୍ତାର ବିଷୟ ନ ଥିଲା। ଏଡିଆର ତଦନ୍ତ କରାଯାଉଥିଲା। ପରେ ମାମଲା ସିବିଆଇକୁ ଦିଆଗଲା। କିନ୍ତୁ ସୁପ୍ରିମକୋର୍ଟ ମୁମ୍ବାଇ ପୁଲିସର ତଦନ୍ତ ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ, ଯଦି ମୁମ୍ବାଇ ପୁଲିସ ତଦନ୍ତରେ କିଛି ହସ୍ତଗତ ହୁଅ ତେବେ ସିବିଆଇ ତାହାର ତଦନ୍ତ କରିବ। ଏମସ୍ ରିପୋର୍ଟରୁ ପ୍ରମାଣିତ ହୋଇଛି ଯେ ମୁମ୍ବାଇ ପୁଲିସ ପେସାଦାର ପଦ୍ଧତିରେ ତଦନ୍ତ କରୁଥିଲା। ମାମଲାରେ ଯାହା ସତ, ତାହା ସାମ୍ନାକୁ ଆସିଛି।
ସେହିପରି କୁପର ହସ୍ପିଟାଲ ଡାକ୍ତରମାନେ ମଧ୍ୟ ନିଜ ଦାୟିତ୍ୱ କରିବାରେ ଅବହେଳା କରି ନଥିଲେ ବୋଲି ମୁମ୍ବା ଇ ପୁଲିସ କହିଛି। ଲୋକମାନେ ରିପୋର୍ଟ ନ ଦେଖି ନିଜ ସ୍ୱାର୍ଥ ଲାଗି ମୁମ୍ବାଇ ପୁଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ। ଏବେ ଏମସ୍ ରିପୋର୍ଟ ଆମ ତଦନ୍ତ ପ୍ରକ୍ରିୟା ଉପରେ ମୋହର ମାରିଛି ବୋଲି ସେ କହିଛନ୍ତି।
The post ସତ କେବେ ଲୁଚି ରହେନା: ମୁମ୍ବାଇ ପୁଲିସ କମିଶନର appeared first on Odisha Reporter.
from Odisha Reporter https://ift.tt/2F1tzjg
No comments:
Post a Comment