ପୁରୀ (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏପରି ସ୍ଥିତିରେ କିନ୍ତୁ ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଆସିଛି କୋଭିଡ୍-୧୯ ଆଇନ୍ ଉଲ୍ଲଂଘନ ଅଭିଯୋଗ । ମନ୍ତ୍ରୀ ସମୀର ଦାଶ ଓ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ଥାନାରେ ପୁରୀର ଶ୍ରୀ ଜଗନ୍ନାଥ ସେନା ଓ ଜିଲ୍ଲା BJP ଯୁବମୋର୍ଚ୍ଚା ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।
ଅଭିଯୋଗ ଅନୁସାରେ, କିଛି ଦିନ ତଳେ ସମୀର ଦାଶ ଓ ଉମାକାନ୍ତ ସାମନ୍ତରାୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାସତ୍ତ୍ୱେ ଦୁଇ ଜଣ ଗତକାଲି ଦିବଂଗତ ବିଧାୟକ ମହାରଥୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ। ଏଥିସହ ଶହ ଶହ ଲୋକଙ୍କ ଗହଣରେ ପୁରୀ ସ୍ୱର୍ଗଦ୍ୱାରରେ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ମଧ୍ୟ ସାମିଲ ହୋଇଥିଲେ ।
ଏହାଦ୍ୱାରା ବ୍ୟାପକ ସଂକ୍ରମଣ ଆଶଙ୍କା ରହିଥିବା ଅଭିଯୋଗ କରି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଆଜି ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଛନ୍ତି।
କୋଭିଡ୍ ନିୟମ ଉଲଂଘନ ଅଭିଯୋଗକୁ ଖଣ୍ଡନ କରି ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଗତ ୧୪ ତାରିଖରେ ରିପୋର୍ଟ ପଜିଟିଭ ଆସିଥିଲା । ହସ୍ପିଟାଲରେ ଭର୍ତ୍ତି ହୋଇ ୨୧ ତାରିଖରେ ଡିସ୍ଚାର୍ଜ ହୋଇଥିଲି । ଗତ ୨୭ରେ ବିଧାନସଭାରେ କୋଭିଡ୍ ଟେଷ୍ଟ କରିଥିଲି। ତାହା ନଗଣ୍ୟ ଥିଲା, ଯାହାକି କାହାକୁ ସଂକ୍ରମିତ କରିପାରିବନି । ଏହାବ୍ୟତୀତ ଗତକାଲି ୨୧ ଦିନ ଅବଧି ସରିଥିବା କହିଛନ୍ତି ମନ୍ତ୍ରୀ।
ଅପରପକ୍ଷେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
The post ମନ୍ତ୍ରୀ, ବିଧାୟକ ଉଲ୍ଲଂଘନ କଲେ କୋଭିଡ୍-୧୯ ନିୟମ, ଥାନାରେ ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/2GFVdTf
No comments:
Post a Comment