ମୁଖ୍ୟମନ୍ତ୍ରୀ ବିପ୍ଳବଙ୍କୁ ବିରୋଧ କରି ରାଜଧାନୀରେ ଦଳୀୟ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 13, 2020

ମୁଖ୍ୟମନ୍ତ୍ରୀ ବିପ୍ଳବଙ୍କୁ ବିରୋଧ କରି ରାଜଧାନୀରେ ଦଳୀୟ ବିଧାୟକ

ଗୌହାଟି: ରାଜଧାନୀ ଦିଲ୍ଲୀରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ବିରୋଧ କରି ଏକାଠି ହୋଇଛନ୍ତି ତ୍ରିପୁରାର ୧୨ରୁ ଅଧିକ ବିଜେପି ବିଧାୟକ। ଦଳ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ଅସନ୍ତୋଷ ଜାହିର କରିବେ ବୋଲି ଜଣାପଡ଼ିଛି। ବିପ୍ଳବ ଦେବଙ୍କ ଦୁର୍ବଳ ନେତ୍ୱତ୍ୱ ଓ ଲୋକପ୍ରିୟତା ହରାଇଥିବା ନେଇ ନଡ୍ଡାଙ୍କୁ ଭେଟି ଅସନ୍ତୋଷ ବିଧାୟକ କହିବେ ବୋଲି ଜଣାପଡ଼ିଛି।

ଯେଉଁ ବିଧାୟକ ମାନେ ଦିଲ୍ଲୀରେ ଡେରା ପକାଇଛନ୍ତି ସେମାନଙ୍କର ନେତୃତ୍ୱ ନେଇଛନ୍ତି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ରାଜ୍ୟର ହେବିଓ୍ୱେଟ୍ ବିଜେପି ନେତା ସୁଦୀପ ରୟ ବର୍ମାନ୍। ନଡ୍ଡା ଏବଂ ଦଳର ସଚିବ ବିଏଲ ସନ୍ତୋଷଙ୍କୁ ଭେଟି ସମସ୍ୟା କହିବେ ବୋଲି ଜଣାପଡ଼ିଛି। ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିପ୍ଳବ କୁମାର ଦେବଙ୍କ ବିରୋଧରେ ଅସନ୍ତୋଷ ବିଧାୟକ ଫେରାଦ ହେବେ ବୋଲି ଜଣାପଡ଼ିଛି।

ନାଁ ଗୋପନ ରଖି ବିଜେପି ବିଧାୟକ କହିଛନ୍ତି, ଆମେ ଚାହୁଁଛୁ ରାଜ୍ୟରେ ବିଜେପି ଆଉ ଗୋଟିଏ ପାଳି କ୍ଷମତାରେ ରହୁ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଶାସନ ଶୈଳୀ ରାଜ୍ୟରେ ବିଜେପିକୁ ଦୁର୍ବଳ କରିଛି। ତେଣୁ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ରହିଛି। ନହେଲେ ପୁଣି ବାମପନ୍ଥୀ ଦଳ ରାଜ୍ୟରେ କ୍ଷମତାକୁ ଫେରିବା ରାସ୍ତା ସଫା ହୋଇଯିବ ବୋଲି ବିଜେପି ବିଧାୟକ ମାନେ କହିଛନ୍ତି।

ରାଜ୍ୟରେ ଅନେକ ବରିଷ୍ଠ ଆଇଏଏସ, ଆଇପିଏସ ଭିଆରଏସ ନେଉଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ କାମ କରିବା ପାଇଁ ଖାପ ଖୁଆଇ ପାରୁନାହାନ୍ତି। ଅଧିକାଂଶ ବିଧାୟକ ନେତୃତ୍ୱ ପରିବର୍ତ୍ତନ ପାଇଁ ଚାହୁଁଛନ୍ତି ବୋଲି ବିଜେପି ବିଧାୟକ କହିଛନ୍ତି।

ଅନ୍ୟପଟେ ବିପ୍ଳବ କୁମାର ଦେବଙ୍କ ନିକଟତମ ବ୍ୟକ୍ତି କହିଛନ୍ତି, ମୋଟ୍ ୭-୮ ବିଧାୟକ ବିଦ୍ରୋହ କରୁଛନ୍ତି। ନେତୃତ୍ୱ ବିପ୍ଳବ କୁମାର ଦେବଙ୍କ ସପକ୍ଷରେ ରହିଛନ୍ତି।

୨୦୧୮ ବିଧାନସଭା ନିର୍ବାଚନରେ ବିଜେପି (୩୬) ଏବଂ ଆଇପିଏଫଟି (୮) ୬୦ଟି ଆସନରୁ ମୋଟ୍ ୪୪ଟି ଆସନରେ ବିଜୟୀ ହୋଇଥିଲେ। ଏହାପରେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି କ୍ଷମତା ଆସନରେ ବସିଛି।

The post ମୁଖ୍ୟମନ୍ତ୍ରୀ ବିପ୍ଳବଙ୍କୁ ବିରୋଧ କରି ରାଜଧାନୀରେ ଦଳୀୟ ବିଧାୟକ appeared first on Odisha Reporter.



from Odisha Reporter https://ift.tt/3nV134C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages