ଦିଲ୍ଲୀକୁ ଆଉଏକ ବଡ଼ ଝଟକା, ଏହି ଷ୍ଟାର୍ ଖେଳାଳି ଆଉଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 13, 2020

ଦିଲ୍ଲୀକୁ ଆଉଏକ ବଡ଼ ଝଟକା, ଏହି ଷ୍ଟାର୍ ଖେଳାଳି ଆଉଟ୍

ନୂଆଦିଲ୍ଲୀ: ଆଇପିଏଲରେ ତା’ର ପ୍ରଥମ ଟାଇଟଲ୍ ଅପେକ୍ଷାରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଚଳିତ ସଂସ୍କରଣରେ ଆଉଏକ ବଡ଼ ଝଟକା ଲାଗିଛି। ପ୍ରଥମେ ଅମିତ୍ ମିଶ୍ର, ଆଉ ଏବେ ଈଶାନ୍ତ ଶର୍ମାଙ୍କ ଭଳି ଅଭିଜ୍ଞ ବୋଲର ଆହତ କାରଣରୁ ଆଇପିଏଲର ୧୩ଶ ସଂସ୍କରଣରୁ ବାଦ୍ ପଡ଼ିଛନ୍ତି। ୩୨ ବର୍ଷୀୟ ଈଶାନ୍ତ ଚଳିତ ସିଜନରେ ଏପର୍ଯ୍ୟନ୍ତ ଦିଲ୍ଲୀ ଖେଳିଥିବାରୁ ୭ଟି ମୁକାବିଲାରୁ ମାତ୍ର ଗୋଟିଏ ହିଁ ମ୍ୟାଚ୍ ଖେଳିଥିଲେ। ସେ ଆବୁ ଧାବିରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ସେହି ଏକମାତ୍ର ମ୍ୟାଚରେ ୨୬ ରନ୍ ଦେଇ କୌଣସି ସଫଳତା ପାଇନଥିଲେ।

ଈଶାନ୍ତଙ୍କ ବାଦ୍ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଦିଲ୍ଲୀ ଫ୍ରାଞ୍ଚାଇଜି ପକ୍ଷରୁ କୁହାଯାଇଛି, ଅକ୍ଟୋବର ୭ ତାରିଖରେ ଟିମର ଟ୍ରେନିଂ ସେସନରେ ବୋଲିଂ କରୁଥିବା ବେଳେ ପେସ୍ ବୋଲର ଈଶାନ୍ତଙ୍କ ବାମପଟ ପିଞ୍ଜରାରେ ଯନ୍ତ୍ରଣା ଅନୁଭୂତ କରିଥିଲେ। ଏହା ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ତାଙ୍କ ମାଂସପେଶୀରେ ସମସ୍ୟା ହୋଇଛି। ଏହି କାରଣରୁ ସେ ଆଇପିଏଲର ବାକି ମ୍ୟାଚ୍ ଗୁଡ଼ିକରେ ଖେଳିପାରିବେ ନାହିଁ।

ଈଶାନ୍ତ ଭାରତ ପକ୍ଷରୁ ୯୭ ଟେଷ୍ଟ, ୮୦ ଦିନିକିଆ ଓ ୧୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜରେ ଭାରତର ମୁଖ୍ୟ ଅସ୍ତ୍ର ସାବ୍ୟସ୍ତ ହୋଇପାରନ୍ତି। ତେଣୁ ଏହା ପୂର୍ବରୁ ଈଶାନ୍ତଙ୍କୁ ଫିଟ୍ ହେବା ନିହାତି ଆବଶ୍ୟକ।

The post ଦିଲ୍ଲୀକୁ ଆଉଏକ ବଡ଼ ଝଟକା, ଏହି ଷ୍ଟାର୍ ଖେଳାଳି ଆଉଟ୍ appeared first on Odisha Reporter.



from Odisha Reporter https://ift.tt/3jYKa6A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages