ଖସିଲା କେକେଆର୍, ତୃତୀୟକୁ ଉଠିଲା ଆରସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 13, 2020

ଖସିଲା କେକେଆର୍, ତୃତୀୟକୁ ଉଠିଲା ଆରସିବି

ଶାରଜା: ଏବି ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୮୨ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି। ଏହି ବିଜୟ ସହ ଆରସିବି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଛି।

ଶାରଜାରେ ଖେଳାଯାଇଥିବା ଆଇପିଏଲର ୨୮ତମ ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨ ୱିକେଟରେ ୧୯୪ ରନର ବଡ଼ ସ୍କୋର ଛିଡ଼ା କରିଥିଲା। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଡି’ଭିଲିୟର୍ସ ମାତ୍ର ୩୩ ବଲରେ ୭୩ (୫ ଚୌକା, ୬ ଛକା) ରନ୍ ଓ କ୍ୟାପଟେନ୍ କୋହଲି ୩୩ ରନ୍ କରି ଅପରାଜିତ ଥିଲେ। ଦୁଇ ଓପ୍ନର ଆରୋନ୍ ଫିଞ୍ଚ୍ ୪୭ ଓ ଦେବଦତ୍ତ ପାଡିକଲ୍ ୩୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। କେକେଆରର ବରୁନ୍ ଚକ୍ରବର୍ତ୍ତୀଙ୍କୁ ଛାଡ଼ି ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲା।

୧୯୫ ରନର ଲକ୍ଷ୍ୟର ପିଛା କରୁଥିବା କେକେଆରର କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ବେଶୀ ସମୟ ତିଷ୍ଠିନଥିଲେ। ଓପ୍ନର ଶୁବମନ୍ ଗିଲ୍ ଭଲ ଖେଳିଥିଲେ ହେଁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ସେ ଟିମ୍ ପାଇଁ ସର୍ବାଧିକ ୩୪ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟମ୍ ବାଣ୍ଟମ୍ (୮), ନୀତୀଶ ରାଣା (୯), କ୍ୟାପଟେନ୍ ଦିନେଶ କାର୍ତ୍ତିକ (୧) ଦୁଇ ଅଙ୍କ ଛୁଇଁପାରି ନଥିଲେ।

ଆନ୍ଦ୍ରେ ରସେଲ୍ (୧୬) ପୁଣିଥରେ ନିଜ ବ୍ୟାଟର ଚମକ ଦେଖାଇବାରେ ବିଫଳ ରହିଥିବା ବେଳେ ରାହୁଲ୍ ତ୍ରିପାଠୀ (୧୬) ମଧ୍ୟ ନିରାଶ କରିଥିଲେ। ଆରସିବି ପକ୍ଷରୁ କ୍ରିସ୍ ମୋରିସ୍ ଓ ୱାଶିଂଟନ୍ ସୁନ୍ଦର ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ନଭଦୀପ ସାଇନି, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ୍ ଓ ଇସୁରୁ ଉଡାନା ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

The post ଖସିଲା କେକେଆର୍, ତୃତୀୟକୁ ଉଠିଲା ଆରସିବି appeared first on Odisha Reporter.



from Odisha Reporter https://ift.tt/3nLHnQj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages