ଚାଇନିଜ୍ ସେନାକୁ ହସ୍ତାନ୍ତର କଲା ଭାରତୀୟ ସେନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 20, 2020

ଚାଇନିଜ୍ ସେନାକୁ ହସ୍ତାନ୍ତର କଲା ଭାରତୀୟ ସେନା

ଲଦାଖ: ଲଦାଖରେ ଅଟକ ଥିବା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ଯବାନଙ୍କୁ ଭାରତ ହସ୍ତାନ୍ତର କରିଛି। ମଙ୍ଗଳବାର ରାତିରେ ଚୁସୁଲ-ମୋଲଡୋ ମିଟିଂ ପଏଣ୍ଟରେ ଭାରତୀୟ ସେନା ଚାଇନାର ଏହି ଯବାନଙ୍କୁ ହସ୍ତାନ୍ତର କରିଛି। ଅକ୍ଟୋବର ୧୯ରେ ଭାରତ ସୀମାରୁ ଉଦ୍ଧାର ହୋଇଥିଲେ ଚାଇନାର ଏହି ଯବାନ। ଏହାପରେ ଚାଇନା ଯବାନକୁ ଭାରତୀୟ ତଦନ୍ତ ଅଧିକାରୀ ପଚରାଉଚରା କରିଥିଲେ। ଭାରତୀୟ ସେନା ହସ୍ତାନ୍ତର କରିବା ପରେ ଚାଇନା ଏଭଳି ପଦକ୍ଷେପକୁ ସ୍ୱାଗତ କରିଛି। ଆଗାମୀ ଦିନରେ ଭାରତ-ଚାଇନା ତିକ୍ତତା କମିବ ବୋଲି ଚାଇନା ପକ୍ଷରୁ କୁହାଯାଇଛି।

ଚାଇନାର ଜଣେ ସେନା ଏବଂ ନାଗରିକ ଭାରତୀୟ ସୀମାରେ ଉଦ୍ଧାର ହୋଇଥିଲେ। ଏହାପରେ ଦେଶର ତଦନ୍ତ ଅଧିକାରୀ ଏ ପ୍ରସଙ୍ଗରେ ଖୋଳତାଡ କରିଥିଲେ। ଏହି ଦୁଇ ଜଣ ହେଲେ କାରପୋପେଲ୍ ୱାଙ୍ଗ ବା ଲଙ୍ଗ ବୋଲି ଜଣା ପଡିଛି। ଉଦ୍ଧାର ବେଳେ ଚାଇନାର ଏହି ସେନାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଅକ୍ସିଜେନ୍, ଖାଦ୍ୟ, ପୋଷାକ ସହିତ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା।

ଏହି ଚାଇନିଜ୍ ସେନାଙ୍କୁ ଡେମଚୋକର ଯେଉଁ ସ୍ଥାନରୁ ଉଦ୍ଧାର ହୋଇଥିଲେ ସେହି ସ୍ଥାନ ଚୁସୁଲ ନିକଟରେ ରହିଛି। କହିରଖୁଛୁ ଚୁସୁଲରେ ଭାରତୀୟ ସେନାର ଏକ ବଡ଼ କ୍ୟାମ୍ପ ରହିଛି।

The post ଚାଇନିଜ୍ ସେନାକୁ ହସ୍ତାନ୍ତର କଲା ଭାରତୀୟ ସେନା appeared first on Odisha Reporter.



from Odisha Reporter https://ift.tt/3m8k0Py

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages