ଟିଆରପି ସ୍କାମ୍ ମାମଲା, ସିବିଆଇ ତଦନ୍ତରେ କେଁ ପୂରାଇଲା ମହାରାଷ୍ଟ୍ର ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 21, 2020

ଟିଆରପି ସ୍କାମ୍ ମାମଲା, ସିବିଆଇ ତଦନ୍ତରେ କେଁ ପୂରାଇଲା ମହାରାଷ୍ଟ୍ର ସରକାର

ମୁମ୍ୱାଇ: ମହାରାଷ୍ଟ୍ରରେ ଟିଆରପି ସ୍କାମର ତଦନ୍ତ କରିପାରିବନି ସିବିଆଇ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ସିବିଆଇକୁ ଦିଆଯାଇଥିବା ‘ସାଧାରଣ ସମ୍ମତି’ ପ୍ରତ୍ୟାହାର କରି ନେଇଛନ୍ତି। ବିଭିନ୍ନ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏହି ସମ୍ମତି ପ୍ରଦାନ କରନ୍ତି। ତେବେ ଉଦ୍ଧବ ସରକାରଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ସିବିଆଇ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ତଦନ୍ତ କରିପାରିବନି। ଟିଆରପି ସ୍କାମ୍ ମାମଲାର ତଦନ୍ତ ମୁମ୍ୱାଇ ପୁଲିସ କରୁଛି। ତେଣୁ ଆଉ ଏକ ତଦନ୍ତକାରୀ ସଂସ୍ଥା କରିବା ଠିକ୍ ନୁହେଁ ବୋଲି ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଉତ୍ତରପ୍ରଦେଶ ସରକାରଙ୍କ ସୁପାରିଶ କ୍ରମେ ସିବିଆଇ ଟିଆରପି ସ୍କାମରେ ଏଫଆଇଆର ଦାଖଲ କରିବାର ଗୋଟିଏ ଦିନ ପରେ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ବୁଧବାର ଦିନ ଆସିଛି। ଲକ୍ଷ୍ନୌର ହଜରତଗଞ୍ଜ ପୁଲିସ ଷ୍ଟେସନରେ ଟିଆରପି ସ୍କାମ ମାମଲାରେ ଏକ ବିଜ୍ଞାପନ କମ୍ପାନୀର ପ୍ରମୋଟର ଅଭିଯୋଗରେ ଏଫଆଇଆର ଦେଇଥିଲେ। ପରେ ୟୁପି ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲେ ଏବଂ ସିବିଆଇ ମଧ୍ୟ ମଙ୍ଗଳବାର ଦିନ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲା।

ତେବେ ମହାରାଷ୍ଟ୍ର ସିବିଆଇଠୁ ନିଜର ‘ସହମତି’ ପ୍ରତ୍ୟାହାର କରିବାରେ ଦେଶର ଚତୁର୍ଥ ଅଣ-ବିଜେପି ଶାସିତ ରାଜ୍ୟ ହୋଇଛି। ଏହାପୂର୍ବରୁ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ ମଧ୍ୟ ବିଭିନ୍ନ ମାମଲାର ତଦନ୍ତ ପାଇଁ ସିବିଆଇକୁ ଦିଆଯାଇଥିବା ସମ୍ମତି ପ୍ରତ୍ୟାହାର କରି ନେଇଥିଲେ।

The post ଟିଆରପି ସ୍କାମ୍ ମାମଲା, ସିବିଆଇ ତଦନ୍ତରେ କେଁ ପୂରାଇଲା ମହାରାଷ୍ଟ୍ର ସରକାର appeared first on Odisha Reporter.



from Odisha Reporter https://ift.tt/35lNxyn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages