ବାରିପଦା(ମାଣିକଲାଲ ପାଣି): ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର। ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ଗତ ମାର୍ଚ୍ଚରେ କରୋନା କଟକଣା ପରେ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆ ଯାଇଥିଲା।
ଆଜିଠୁ ପୁଣି ଥରେ ପର୍ଯ୍ୟଟକଙ୍କୁ ଶିମିଳିପାଳ ବୁଲିବା ପାଇଁ ଅନୁମତି ମିଳିଛି। ଶିମିଳିପାଳ କର୍ତ୍ତୃପକ୍ଷ ପୂର୍ବରୁ ଏନେଇ ସୂଚନା ଦେଇଥିଲେ। ତେବେ ପ୍ରତିଥର ଭଳି ବାରିପଦା ପିଠାବଟା ଗେଟ୍ ପଟୁ ପ୍ରଥମେ ପହଞ୍ଚିଥିବା ୨୫ଟି ଗାଡି ଏବଂ ଯଶିପୁରର କଳିଆଣି ପଟୁ ସର୍ବାଧିକ ୩୫ଟି ଗାଡିକୁ ଅନୁମତି ମିଳୁଛି।
ସେହିଭଳି ପ୍ରତିଦିନ ସକାଳ ୬ଟାରୁ ୯ଟା ମଧ୍ୟରେ ପର୍ଯ୍ୟଟକମାନେ ପ୍ରବେଶ ଫାଟକରୁ ଅନୁମତି ନେଇ ପାରିବେ। ଯାତ୍ରା ସମୟରେ ପର୍ଯ୍ୟଟକମାନେ ମାସ୍କ ପିନ୍ଧିବା ସହ କୋଭିଡ୍ କଟକଣାକୁ ମାନିବା ବାଧ୍ୟତାମୂଳକ ବୋଲି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆ ଯାଇଛି।
The post ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ appeared first on Odisha Reporter.
from Odisha Reporter https://ift.tt/34HBAE6
No comments:
Post a Comment