ପ୍ରସୂତିଙ୍କୁ ରାସ୍ତା ଛାଡ଼ିଲେନି! ଅଟୋରେ ଜନ୍ମ ହେଲା ପୁତ୍ର ସନ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 17, 2020

ପ୍ରସୂତିଙ୍କୁ ରାସ୍ତା ଛାଡ଼ିଲେନି! ଅଟୋରେ ଜନ୍ମ ହେଲା ପୁତ୍ର ସନ୍ତାନ

ଆନନ୍ଦପୁର(ମୁନ୍ନା ସିଂହ): ହଜିଗଲା ମାନବିକତା। ଯେତେ ଗୁହାରି କଲେ ମଧ୍ୟ କେହି ଶୁଣିଲେନି। ଶେଷରେ ଅଟୋ ଭିତରେ ପ୍ରସବ କଲେ ପ୍ରସୂତି। ଜନନୀ ଯନ୍ତ୍ରଣାର ଏଭଳି ଭୟଙ୍କର ଚିତ୍ର କେନ୍ଦୁଝର ଜିଲ୍ଲାରୁ ଆସିଛି।

ମହୁଲଡିହା ଥାନା ଧାତିକିଡିହା ଗାଁର ଚକ୍ରଧର ମଢ଼େଇଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ପାଇଥିଲେ। ତେଣୁ ତାଙ୍କୁ ପରିବାର ଲୋକ ଏକ ଅଟୋରେ ମେଡିକାଲ ନେଉଥିଲେ। ହେଲେ ରିଲାଏନ୍ସ ପେଟ୍ରୋଲ ପମ୍ପ ପାଖରେ ଟ୍ରାଫିକ ଜାମ୍ ଯୋଗୁ ଅଟୋଟି ଫସି ଯାଇଥିଲା। ଅଟୋ ଚାଳକ ଓ ପରିବାର ଲୋକେ ଯେତେ ଅନୁରୋଧ କରିଥିଲେ ମଧ୍ୟ କେହି ରାସ୍ତା ଛାଡ଼ି ନଥିଲେ। ଦୀର୍ଘ ସମୟ ଧରି ଅଟୋଟି ରାସ୍ତାରେ ଛିଡ଼ା ହୋଇଥିଲା। ଶେଷରେ ସେହି ଅଟୋ ଭିତରେ ପ୍ରସୂତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି।

The post ପ୍ରସୂତିଙ୍କୁ ରାସ୍ତା ଛାଡ଼ିଲେନି! ଅଟୋରେ ଜନ୍ମ ହେଲା ପୁତ୍ର ସନ୍ତାନ appeared first on Odisha Reporter.



from Odisha Reporter https://ift.tt/2H9dE37

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages