ଔଷଧ ନମିଳିବା ଯାଏ ଢ଼ିଲା ନାହିଁ: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 8, 2020

ଔଷଧ ନମିଳିବା ଯାଏ ଢ଼ିଲା ନାହିଁ: ମୋଦି

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି ସମୟରେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଆଜିଠାରୁ ଏକ ‘ଜନ ଆନ୍ଦୋଳନ’ ଆରମ୍ଭ କରିଛନ୍ତି। ଏ ନେଇ ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ଔଷଧ ନଆସିବା ପର୍ଯ୍ୟନ୍ତ ନିୟମରେ ଢ଼ିଲା ହେବା ଠିକ୍ ନୁହଁ। ଆଗାମୀ ପର୍ବ ଏବଂ ଥଣ୍ଡା ପାଗକୁ ଦୃଷ୍ଟିରେ ରଖି ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି, ଆସନ୍ତୁ, କରୋନା ସହିତ ଲଢ଼େଇ କରିବା ପାଇଁ ଏକଜୁଟ ହେବା। ମାସ୍କ ପିନ୍ଧିବା, ହାତକୁ ସଫା ରଖିବା ସହିତ ସାମାଜିକ ଦୂରତା ଅନୁସରଣ ଏବଂ ପରସ୍ପର ମଧ୍ୟରେ ଛଅ ଫୁଟ୍ ଦୂରତା ଅବଲମ୍ୱନ କରିବା ଦରକାର।

ସୂଚନାଯୋଗ୍ୟ, ଭାରତରେ ମୋଟ କରୋନା ମାମଲା ୬୮,୩୨,୯୮୮ ରେ ପହଞ୍ଚିଛି। ୫୮,୨୪,୪୬୨ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ୯ ଲକ୍ଷରୁ ଅଧିକ ଚିକିତ୍ସାଧୀନ ରହିଛନ୍ତି। ଏଯାବତ ୧,୦୫,୫୫୪ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।

The post ଔଷଧ ନମିଳିବା ଯାଏ ଢ଼ିଲା ନାହିଁ: ମୋଦି appeared first on Odisha Reporter.



from Odisha Reporter https://ift.tt/34zsUOR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages