ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଗତକାଲି ହୋଇଥିବା ଭୟଙ୍କର ବିସ୍ଫୋରଣ ଘଟଣାର ହେବ ଫରେନସିକ୍ ଯାଞ୍ଚ ।
ଗତକାଲିର ଭୟଙ୍କର ବିସ୍ଫୋରଣ ପରେ କୌଣସି ବିପଦ ଆଶଙ୍କାରେ ଟାଙ୍କିରେ ମହଜୁଦ ଥିବା ଇନ୍ଧନକୁ ବାହାର କରାଯାଉଛି। ଗତକାଲି ରାତିରେ ପେଟ୍ରୋଲ ପମ୍ପରେ ଥିବା ଏଲ୍ପିଜି ଟ୍ୟାଙ୍କରରୁ ଗ୍ୟାସ ବାହାର କରାଯାଇଛି। ଗତକାଲି ରାତି ପ୍ରାୟ ଗୋଟାଏରୁ ୩ଟା ମଧ୍ୟରେ ଦୁଇଟି ଟ୍ୟାଙ୍କରରେ ଗ୍ୟାସ ବାହାର କରାଯାଇଥିଲା ।
ଏବେ ଆଉ ୫ଟି ଟ୍ୟାଙ୍କର ଆସି ପହଞ୍ଚିଛି । ପେଟ୍ରୋଲ ପମ୍ପରେ ଥିବା ଡିଜେଲ ଏବଂ ପେଟ୍ରୋଲ ବାହାର କରାଯିବ। ପେଟ୍ରୋଲ ପମ୍ପରୁ ସମସ୍ତ ଇନ୍ଧନ ବାହାର କରିବା ପରେ ସେହି ସ୍ଥାନକୁ ଯାଞ୍ଚ କରାଯିବ ।
୩୦ ଫୁଟ୍ରୁ ଅଧିକ ଗଭୀର ଗାତ ହୋଇଥିବାରୁ ଆଜି ସେହି ସ୍ଥାନକୁ ଖୋଳାଯିବ । ଏଥିଲାଗି ଜେସିବି ସହ ଓଡ୍ରାଫ ଓ ଅଗ୍ନିଶମବାହିନୀର ଟିମ୍ ପହଞ୍ଚିଛନ୍ତି । ଫରେନସିକ୍ ଟିମ୍ ପହଞ୍ଚିବ।ସମସ୍ତ ଟିମ୍କୁ ନେଇ ଯାଞ୍ଚ କରାଯିବ।
ସେପଟେ ପେଟ୍ରୋପ ପମ୍ପ ଥିବା ଅଞ୍ଚଳକୁ ବିପଦମୁକ୍ତ ଥିବା କହିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । କମିଶନରେଟ ପୋଲିସ ନିଜ ଆଡୁ କ୍ୟାପିଟାଲ୍ ଥାନାରେ ମାମଲା ରୁଜୁ କରିବା ସହ ଘଟଣାର ଖୋଳତାଡ଼ କରୁଛି ।
ରାଜଭବନ ନିକଟ IOCL ପେଟ୍ରୋଲ ପମ୍ପ୍ରେ ହୋଇଥିବା ଏହି ଅଘଟଣରେ ପୁରା ପେଟ୍ରୋଲ୍ ପମ୍ପ ଛାରଖାର ହୋଇଯିବା ସହିତ ପ୍ରାୟ ଅଧ କିଲୋମିଟର ପରିଧିରେ ଥିବା ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି।
The post ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ଯାଞ୍ଚ କରିବ ଫରେନସିକ୍ ଟିମ୍ appeared first on Odisha Reporter.
from Odisha Reporter https://ift.tt/3ltIVNd
No comments:
Post a Comment