ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ମନ୍ତ୍ରୀ ସମୀର ଦାଶଙ୍କ ନାଁରେ ଥାନାରେ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 5, 2020

ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ମନ୍ତ୍ରୀ ସମୀର ଦାଶଙ୍କ ନାଁରେ ଥାନାରେ ମାମଲା

ପୁରୀ (ଓଡ଼ିଶା ରିପୋର୍ଟର): ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ କୋଭିଡ୍-19 ଆଇନ୍ ଉଲ୍ଲଂଘନ ଅଭିଯୋଗ । ଏନେଇ ମନ୍ତ୍ରୀ ସମୀର ଦାଶ ଓ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ଥାନାରେ ଏତଲା ହୋଇଛି। ପୁରୀ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାଶ ଓ ଶ୍ରୀଜଗନ୍ନାଥ ସେନା ସମୁଦ୍ର କୂଳ ଥାନାରେ ଏତଲା ଦେଇଛନ୍ତି । ଏତଲା ଅନୁସାରେ କିଛି ଦିନ ତଳେ ସମୀର ଦାଶ ଓ ଉମାକାନ୍ତ ସାମନ୍ତରାୟ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ।   ଏହାସତ୍ତ୍ୱେ  ଦୁଇ ଜଣ ଗତକାଲି ଦିବଂଗତ ବିଧାୟକ ମହାରଥୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ । ଶହ ଶହ ଲୋକଙ୍କ ଗହଣରେ ପୁରୀ ସ୍ୱର୍ଗଦ୍ୱାରରେ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ମଧ୍ୟ ସାମିଲ ହୋଇଥିଲେ । ଏହାଦ୍ୱାରା ବ୍ୟାପକ ସଂକ୍ରମଣ ଆଶଙ୍କା ରହିଥିବା ଅଭିଯୋଗ କରି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏତଲା ଦେଇଛନ୍ତି।  ପୁରୀ ଏସପି ଅଖିଳେଶ୍ୱର ସିଂ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି ।

The post ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ମନ୍ତ୍ରୀ ସମୀର ଦାଶଙ୍କ ନାଁରେ ଥାନାରେ ମାମଲା appeared first on Odisha Reporter.



from Odisha Reporter https://ift.tt/36wH45M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages