ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବିଗତ କିଛି ଦିନରେ ରାଜ୍ୟରେ ଲୁଟତରାଜ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଲୁଟେରାମାନେ ବ୍ୟାଙ୍କଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି। ଏଥର ଲୁଟେରାମାନେ ଦେବଗଡ଼ ଜିଲ୍ଲାରେ ଲୁଟ୍ ଉଦ୍ୟମ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବଳମସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଶାଖାରୁ ଲୁଟ ଉଦ୍ୟମ କରିଛନ୍ତି।
ତାଲା ଭାଙ୍ଗି ଲୁଟେରାମାନେ ବ୍ୟାଙ୍କ ଭିତରକୁ ପଶିଥିଲେ। ଏହାପରେ ଷ୍ଟ୍ରଙ୍ଗରୁମ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସାଇରନ ବାଜିବାରୁ ଲୁଟେରାମାନେ ଚମ୍ପଟ ମାରିଥିଲେ। ଲୁଟେରାମାନେ ବଡ଼ ଧରଣର ଲୁଟ୍ ପାଇଁ ଯୋଜନା କରିଥିଲେ ମଧ୍ୟ ସାଇରନ୍ ବାଜିବା ଯୋଗୁଁ ଭୟଭୀତ ହୋଇ ପଳାଇଥିଲେ।
ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତମାନେ ବ୍ୟାଙ୍କର ସିସିଟିଭି ଭାଙ୍ଗି ଦେଇଛନ୍ତି। ଖବର ପାଇ ବଳମ ଗ୍ରାମ୍ୟ ବ୍ୟାଙ୍କ ଶାଖା ମ୍ୟାନେଜର ପୋଲିସକୁ ଜଣାଇଥିଲେ। ବ୍ୟାଙ୍କରୁ ଟଙ୍କା ଲୁଟ ହୋଇ ନାହିଁ ବୋଲି ସୂଚନା ମିଳିଛି।
The post ବଡ଼ ଧରଣର ଲୁଟ୍ ପାଇଁ ଆସିଥିଲେ, ହଠାତ୍ ବାଜିଲା… appeared first on Odisha Reporter.
from Odisha Reporter https://ift.tt/3iEiQJt
No comments:
Post a Comment