ହାତୀ ଟେନସନ୍‌ରୁ ମୁକ୍ତି ଦେବ ଐରାବତ ବସ୍ ଯୋଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 6, 2020

ହାତୀ ଟେନସନ୍‌ରୁ ମୁକ୍ତି ଦେବ ଐରାବତ ବସ୍ ଯୋଜନା

କାମାକ୍ଷାନଗର(ବିଦ୍ୟାଧର ବରାଳ): ଏଣିକି ହାତୀ ଉପଦ୍ରବରୁ ମିଳିବ ରକ୍ଷା । ହାତୀ ଉପଦ୍ରବ ରୋକିବା ପାଇଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଐରାବତ ବସ୍ ଯୋଜନା ।

ଏହି ବସ୍‌  ମାଧ୍ୟମରେ ବନ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ଏକାଠି ମିଶି ହାତୀଙ୍କ ଉପରେ ରଖିବେ କଡ଼ା ନଜର। ଏଥିସହ ହାତୀଙ୍କୁ ସୁରକ୍ଷା ମଧ୍ୟ ପ୍ରଦାନ କରିବେ ।

୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ବସ୍‌ରେ  ରହିଛି ଅନେକ ସୁବିଧା ।  ବସ୍‌ରେ ଚାର୍ଜିଙ୍ଗ ସିଷ୍ଟମଠାରୁ ଆରମ୍ଭ କରି ହାତୀ ଘଉଡାଇବା ପାଇଁ ସମସ୍ତ ଉପକରଣ ରହିଛି । ଫଳରେ ବନ କର୍ମଚାରୀ କୌଣସି ବି ସ୍ଥାନକୁ ଅନାୟସରେ ଯାଇ ହାତୀଙ୍କ ଗତିପଥକୁ ଲକ୍ଷ୍ୟ କରିବା ସହ ହାତୀ ଉପଦ୍ରବ ହେଉଥିବା ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେଇପାରିବେ ।

ମହାବିରୋଡ଼ ବନଖଣ୍ଡ ଓ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଦୀର୍ଘ ଦିନ ଧରି ହାତୀ ଉପଦ୍ରବ ଲାଗି ରହିଥିବାରୁ ଏହାର ସମାଧାନ ପାଇଁ ବନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବନ ବିଭାଗର  ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।

The post ହାତୀ ଟେନସନ୍‌ରୁ ମୁକ୍ତି ଦେବ ଐରାବତ ବସ୍ ଯୋଜନା appeared first on Odisha Reporter.



from Odisha Reporter https://ift.tt/3jEu4ie

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages