ନୂଆଦିଲ୍ଲୀ: ଚୀନ୍ ପ୍ରତି ବିଭିନ୍ନ ଦେଳର ଦୃଷ୍ଟିଭଙ୍ଗୀ ବଦଳିଛି। କରୋନା ମହାମାରୀ ପରେ ଚୀନ୍ ପ୍ରତି ଲୋକଙ୍କ ଚିନ୍ତାଧାରା ବଦଳିଛି। ଏଥି ମଧ୍ୟରେ ଅଷ୍ଟ୍ରେଲିଆ, ବ୍ରିଟେନ୍ ପରି ବିକଶିତ ଦେଶ ରହିଛନ୍ତି। ମଙ୍ଗଳବାର ପ୍ୟୁ ରିସର୍ଚ୍ଚ ସେଣ୍ଟର ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଏହା ଜଣାପଡ଼ିଛି।
ଚୀନ୍ ଏବେ ପଡୋଶୀ ଦେଶ ସହ ସୀମା ଏବଂ ବ୍ୟବସାୟକୁ ନେଇ ଛନ୍ଦି ହୋଇପଡିବା ପରେ ପ୍ୟୁ ଏହି ସର୍ଭେ କରିଛି। ମୋଟ୍ ୧୪ଟି ଦେଶ ଏହି ସର୍ଭେର ରହିଛି। ସର୍ଭେରେ ସାମିଲ୍ ଥିବା ଅଧିକାଂଶ ଦେଶ ଚୀନ୍ ପ୍ରତି ନକାରାତ୍ମକ ମତ ରଖିଛନ୍ତି। ମୋଟ୍ ୧୪,୨୭୬ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତିବର୍ଶ ଏହି ସଂସ୍ଥା ଏଭଳି ସର୍ଭେ କରିଥାଏ।
କରୋନା ପାଇଁ ଲୋକଙ୍କ ପାଖକୁ ନଯାଇ ଟେଲିଫୋନ୍ ମାଧ୍ୟମରେ ପ୍ୟୁ ମତାମତ ଗ୍ରହଣ କରିଛି। ଏହି ସର୍ଭେ ୧୦ ଜୁନ୍ ରୁ ୩ ଅଗଷ୍ଟ ମଧ୍ୟରେ ହୋଇଛି। ଅଷ୍ଟ୍ରେଲିଆ ବାସୀ ଚୀନ୍ ପ୍ରତି ୮୧ ପ୍ରତିଶତ ମତ ନକାରାତ୍ମକ ମତ ରଖିଛନ୍ତି। ଗତ ବର୍ଷ କରାଯାଇଥିବା ସର୍ଭେ ତୁଳନାରେ ଏବେ ୨୪ ପ୍ରତିଶତ ଅଧିକ ନକାରାତ୍ମକ ମନୋଭାବ ରହିଛି। ଏଭଳି ମନୋଭାବର ମୁଖ୍ୟ କାରଣ ବୋଲି ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ବୋଲି କୁହାଯାଉଛି।
ସେହିପରି ବ୍ରିଟେନର ୭୪ ପ୍ରତିଶତ ଲୋକ ଚୀନ୍ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୧୯ରେ କରାଯାଇଥିବା ସର୍ଭେ ତୁଳନାରେ ଏହି ସଂଖ୍ୟା ୧୯ ପ୍ରତିଶତ ଅଧିକ ରହିଛି। ଏମାନଙ୍କ ବ୍ୟତୀତ ୭୩ ପ୍ରତିଶତ ଆମେରିକୀୟ ଏବଂ ୭୧ ପ୍ରତିଶତ ଜର୍ମାନୀ ଚୀନକୁ ନେଇ ନକାରାତ୍ମକ ମତ ରଖିଛନ୍ତି।
ସର୍ଭେରେ ଜଡିତ ଲୋକଙ୍କ ମଧ୍ୟରେ ଧନୀ, ଗରିବ, ସାଧାରଣ ଲୋକ ରହିଛନ୍ତି। ସର୍ଭେରେ ସାମିଲ୍ ୧୪ ଦେଶ ମଧ୍ୟରେ ଆମେରିକା, କାନାଡା, ବେଲଜିୟମ, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ସ୍ପେନ୍, ସ୍ୱିଡେନ, ବ୍ରିଟେନ, ଅଷ୍ଟ୍ରେଲିଆ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ବିକଶିତ ଦେଶ ରହିଛି।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ୱରରେ ଚୀନର ଉହାନ ସହରରୁ କରୋନା ବ୍ୟାପିଛି। ହେଲେ ସାରା ବିଶ୍ୱ କରୋନା ବାବଦରେ ଜାନୁଆରୀରେ ଜାଣିଥିଲା। ବିଳମ୍ୱିତ ସୂଚନା ପାଇଁ ଏହି ମହାମାରୀ ଏବେ ଶହେରୁ ଅଧିକ ଦେଶକୁ ବ୍ୟାପିଛି। ସାରା ବିଶ୍ୱରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକା, ଭାରତ, ବ୍ରାଜିଲ, ଋଷିଆ, ଇଟାଲୀ ଆଦି ଦେଶ ଏହି ମହାମାରୀ ପାଇଁ ଉଭୟ ଆର୍ଥିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଭାବିତ ହୋଇଛନ୍ତି। ଆମେରିକା, ଅଷ୍ଟ୍ରେଲିଆ କରୋନା ବ୍ୟାପିବା ପାଇଁ ଚୀନକୁ ଦୋଷ ଦେଉଛନ୍ତି। ହେଲେ ଚୀନ ଏଭଳି ଅଭିଯୋଗକୁ ଖଣ୍ଡନ କରିଆସୁଛି। ସବୁଠୁ ବଡ଼ କଥା ହେଲେ କରୋନା ପାଇଁ ସମସ୍ତ ଦେଶର ଅର୍ଥନୀତି ମାନ୍ଦାବସ୍ଥା ଥିବା ବେଳେ ଚୀନର ଅର୍ଥନୀତି ପ୍ରଭାବିତ ହୋଇନାହିଁ।
The post ସର୍ଭେ ରିପୋର୍ଟରେ ଡ୍ରାଗନ ଏବେ ‘ଖଳନାୟକ’ appeared first on Odisha Reporter.
from Odisha Reporter https://ift.tt/3iLjCVb
No comments:
Post a Comment