ବଡ଼ ଧରଣର ଆତଙ୍କୀ ହମଲା, ୮ ଯବାନଙ୍କ ସହ ୧୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 15, 2020

ବଡ଼ ଧରଣର ଆତଙ୍କୀ ହମଲା, ୮ ଯବାନଙ୍କ ସହ ୧୫ ମୃତ

ଇସଲାମାବାଦ: ପାକିସ୍ତାନର ଦକ୍ଷିଣପଶ୍ଚିମ ବାଲୋଚିସ୍ତାନରେ ବଡ଼ଧରରଣ ଆତଙ୍କବାଦୀ ହମଲା ହୋଇଛି। ଏହି ହମଲାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ୧୫ ଜଣଙ୍କ ମଧ୍ୟରେ ୮ ଜଣ ଯବାନ ଓ ୭ ଜଣ ସଭିଲ ସିକ୍ୟୁରିଟିର ସଦସ୍ୟ ରହିଛନ୍ତି। ବାଲୋଚିସ୍ତାନର ଓରମାରା ଅଞ୍ଚଳରେ ସ୍ଥାନୀୟ ସମୟ ୧୨ଟାରେ ଏହି ଆକ୍ରମଣ ହୋଇଛି। ପାକିସ୍ତାନର ଅର୍ଦ୍ଧ ସାମରିକ ବାହିନୀ ଓ ଅଏଲ ଆଣ୍ଡ ଗ୍ୟାସ ଡେଭଲପମେଣ୍ଟ କମ୍ପାନୀ ଲିଃର କନଭୟ କରାଚି ଯାଉଥିବା ବେଳେ ହଠାତ୍‌ ୬ରୁ ୮ ଜଣ ଆତଙ୍କବାଦୀ ଏହାକୁ ଘେରି ଯାଇ ଅତର୍କିତ ଗୁଳି କରିଥିଲେ।

ପାକିସ୍ତାନ ସୈନ୍ୟ ଯବାନ ଏହାର ଜବାବ ଦେବା ପୂର୍ବରୁ ଆତଙ୍କବାଦୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଅଏଲ ଆଣ୍ଡ ଗ୍ୟାସ ଡେଭଲପମେଣ୍ଟ କମ୍ପାନୀ ଲିଃର ଦୁଇଟି ଗାଡ଼ିକୁ ଏସର୍କଟ କରି ପାକିସ୍ତାନର ଅର୍ଦ୍ଧ ସାମରିକ ବାହିନୀର ୩ଟି ଗାଡ଼ି ଯାଉଥିବା ବେଳେ ଏଭଳି ହମଲା ହୋଇଛି।

ଆକ୍ରମଣ ପରେ ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ନେଇ ଫେରାର ହୋଇଯାଇଛନ୍ତି। ସେହିପରି ଗାଡ଼ିଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ପାକିସ୍ତାନର ପାରାମିଲିଟାରୀ ଫୋର୍ସ ଓ ନୌସେନାର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ମୃତାହତଙ୍କୁ ନିକଟସ୍ଥ ନୌସେନା ବେସ୍‌କୁ ନିଆଯାଇଥିଲା। ଏବେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି କରାଯାଇଛି।

The post ବଡ଼ ଧରଣର ଆତଙ୍କୀ ହମଲା, ୮ ଯବାନଙ୍କ ସହ ୧୫ ମୃତ appeared first on Odisha Reporter.



from Odisha Reporter https://ift.tt/3506TZS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages