ଚିଲିକାରେ ବୁଡ଼ିଲା ଭସା ପୋଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 15, 2020

ଚିଲିକାରେ ବୁଡ଼ିଲା ଭସା ପୋଲ

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ଯାତ୍ରୀମାନଙ୍କ ସୁବିଧା ପାଇଁ ଚିଲିକା ଉନ୍ନୟନ ବିଭାଗ ପକ୍ଷରୁ ମାତ୍ର ମାସେ ପୂର୍ବରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଭସା ପୋଲ ଗତକାଲି ଚିଲିକା ଜହ୍ନିକୁଦା ଘାଟରେ ବୁଡ଼ିଥିବା ଜଣାଯାଇଛି।  ଏହି ଭସା ପୋଲରେ କ୍ରମଶଃ ପାଣି ପଶୁଥିବାରୁ ତାହା ଅର୍ଦ୍ଧାଧିକ ଅଂଶ ବୁଡ଼ିଗଲାଣି।

ଗତକାଲି ସନ୍ଧ୍ୟାରେ ଫେରିବା ପରେ ଜହ୍ନିକୁଦା ଘାଟରେ ଭସା ପୋଲଟି ବନ୍ଧାଯାଇଥିଲା।  ହେଲେ ତାହା ମଧ୍ୟରେ  ପାଣି ପଶୁଥିବାରୁ ଭସା ପୋଲର ଅଧାରୁ ଅଧିକ ଅଂଶ ବୁଡ଼ିଗଲାଣି । ହେଲେ ଆଜି ସକାଳ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

ଏହି ପୋଲ ମୁଖ୍ୟତଃ ଜହ୍ନିକୁଦାରୁ ସାତପଡ଼ା ଗମନାଗମନ କରୁଥିବା ବେଳେ ଏହା ଉପରେ ୧୪ଟି ପଞ୍ଚାୟତର ୯୦ ଗ୍ରାମବାସୀ ନିର୍ଭର କରିଥାନ୍ତି। ପୁରୀ ତଥା ଭୁବନେଶ୍ୱରକୁ ଅଫିସ୍‌ ତଥା କଲେଜ ଯାତାୟତ କରିବା ପାଇଁ ଏହି  ଭସା ପୋଲ ଉପରେ ହିଁ ଲୋକେ ନିର୍ଭର କରିଥାନ୍ତି। କିନ୍ତୁ ଏବେ ଏହି ପୋଲଟି ବୁଡ଼ିଯିବାରୁ ଛୋଟ ଛୋଟ ଡଙ୍ଗାରେ ଅଧିକ ଟଙ୍କା ଦେଇ ବିପଦସଙ୍କୁଳ ଭାବେ ଯାତାୟତ କରିବାକୁ ବାଧ୍ୟ ହେବେ। ଏହାଦ୍ୱାରା ଦୁର୍ଘଟଣାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

ସୂଚନାଯୋଗ୍ୟ, ସେପେମ୍ବର ୧୫ରେ ଜହ୍ନିକୁଦାରୁ ସାତପଡ଼ାକୁ ଭସା ପୋଲ ପ୍ରଚଳନ ଆରମ୍ଭ ହୋଇଥିଲା। ମାତ୍ର ମାସେ ପରେ ଏବେ ଏହି ପୋଲଟି ବୁଡ଼ିବାକୁ ବସିଲାଣି।

The post ଚିଲିକାରେ ବୁଡ଼ିଲା ଭସା ପୋଲ appeared first on Odisha Reporter.



from Odisha Reporter https://ift.tt/37b1NfV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages