୬୧% ବିହାରବାସୀଙ୍କ ମତ: ବିଜେପି-ଏଲଜେପି ମଧ୍ୟରେ ରହିଛି ଭିତିରି ସମ୍ପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 27, 2020

୬୧% ବିହାରବାସୀଙ୍କ ମତ: ବିଜେପି-ଏଲଜେପି ମଧ୍ୟରେ ରହିଛି ଭିତିରି ସମ୍ପର୍କ

ପାଟନା: ଚିରାଗ ପାଶ୍ୱାନଙ୍କ ଏଲଜେପି ଏଥର ବିହାର ନିର୍ବାଚନରେ ଏକାକୀ ଲଢ଼ୁଛି। ପୂର୍ବରୁ ଦଳ ବିଜେପି ସହ ମିଶି ନିର୍ବାଚନ ଲଢ଼ିବାର ଥିଲା। ହେଲେ ବିଜେପି ନୀତୀଶ କୁମାରଙ୍କ ଜେଡିୟୁ ସହ ମେଣ୍ଟ କରିବାରୁ ଏଲଜେପି ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।

ଚିରାଗ ପାଶ୍ୱାନ କ୍ରମାଗତ ଭାବେ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ଏହାକୁ ନେଇ ବିଜେପିର ଚିନ୍ତା ମଧ୍ୟ ବଢ଼ିଛି।
ଏସବୁ ଭିତରେ ଆଜି ଏବିପି-ସି-ଭୋଟର ପକ୍ଷରୁ ଗୋଟିଏ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ସର୍ଭେ ରିପୋର୍ଟରେ ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି।

ବିଜେପି ଓ ଚିରାଗ ପାଶ୍ୱାନଙ୍କ ଏଲଜେପି ଅଲଗା ହୋଇ ଯାଇଥିଲେ ହେଁ ଉଭୟ ଦଳ ମଧ୍ୟରେ ଭିତିରି ସମ୍ପର୍କ ରହିଛି। ଉଭୟ ମିଳିତ ଭାବେ ନୀତୀଶ କୁମାର ଓ ଜେଡିୟୁ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ମଧ୍ୟ ମତ ପ୍ରକାଶ ପାଇଛି। ସର୍ଭେରୁ ଜଣାପଡ଼ିଛି ଯେ ୬୧% ବିହାରବାସୀଙ୍କ ମତରେ ବିଜେପି ଓ ଏଲଜେପି ପୂର୍ବଭଳି ବିହାରରେ ଏକାଠି କାମ କରୁଛନ୍ତି।

ରାଜ୍ୟ ନିର୍ବାଚନରେ ଚିରାଗ ପାଶ୍ୱାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରୁଥିବା ବେଳେ ବିଜେପିକୁ ସମର୍ଥନ କରୁଛନ୍ତି। ଏଭଳି ଜନମତ ଏବେ ନୀତୀଶ କୁମାର ଓ ଜେଡିୟୁକୁ ଚିନ୍ତାରେ ପକାଇଛି। କାରଣ ବିଜେପି ଭରସାରେ ପୁଣିଥରେ ବିହାରରେ କ୍ଷମତା ଦଖଲ କରିବାକୁ ଜେଡିୟୁ ଆଶା ରଖିଛି। ଯଦି ଜନମତ ସର୍ଭେ ସତ ହୋଇଥାଏ, ତା’ହେଲେ ନୀତୀଶ କୁମାରଙ୍କ ପାଇଁ ଶାସନ ଗାଦି ଦଖଲ କରିବା ସହଜ ହେବନାହିଁ।

ଅନ୍ୟପକ୍ଷରେ ସର୍ଭେ ବେଳେ ଲୋକଙ୍କୁ ଏଲଜେପି ଓ ଆରଜେଡି ମଧ୍ୟରେ ମେଣ୍ଟ ହେବ କି ନାହିଁ ପ୍ରଶ୍ନ କରାଯାଇଥିଲା। ୫୩.୩% ଲୋକଙ୍କ ମତ ହେଉଛି ନିର୍ବାଚନ ପରେ ଚିରାଗ ପାଶ୍ୱାନ ଓ ତେଜସ୍ୱୀ ଯାଦବ ହାତ ମିଳାଇବେ। ସେହିପରି ୪୬.୭% ଲୋକ ଏହା ଅସମ୍ଭବ ବୋଲି କହିଛନ୍ତି।

ଅଧିକାଂଶ ଲୋକ କହିଛନ୍ତି, ବିଜେପି ମେଣ୍ଟରୁ ଏଲଜେପି ଓହରି ଯାଇଥିବାରୁ ଏହା ବଡ଼ ବିପର୍ଯ୍ୟୟ। ଏହା ମେଣ୍ଟ ହାରିବାର ପ୍ରମୁଖ କାରଣ ମଧ୍ୟ ହୋଇପାରେ। ୫୯.୩% ଲୋକ କହିଛନ୍ତି ଯେ ଏଲଜେପି ମେଣ୍ଟରୁ ଓହରି ଯିବା ବିଜେପି ଓ ଜେଡିୟୁ ପାଇଁ ଶକ୍ତ ଝଟକା। ହେଲେ ୪୦.୭% ଲୋକ ଏଥିରେ ଏକମତ ହୋଇନାହାନ୍ତି।

ପ୍ରକୃତରେ କିଏ ବିଜେପି ନେତୃତ୍ୱାଧୀନ ଏନଡିଏର ଅଂଶ ବିଶେଷ, ତା’କୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ୪୨.୭% ଲୋକଙ୍କ ମତରେ ବିଜେପି ଓ ଏଲଜେପି ହେଉଛନ୍ତି ପ୍ରକୃତ ଏନଡିଏ। ସେହିପରି ୫୭.୩% ଲୋକଙ୍କ ମତରେ ବିଜେପି-ଜେଡିୟୁ ହେଉଛନ୍ତି ପ୍ରକୃତ ଏନଡିଏ।

ଚିରାଗ ପାଶ୍ୱାନ ଏକାକୀ ନିର୍ବାଚନ ଲଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରୁଛନ୍ତି। ଏହା ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି କି ବୋଲି ପ୍ରଶ୍ନ କରାଯାଇଥିଲା। ୫୭.୭% ଲୋକ ଏହାକୁ ନେଇ ଦ୍ୱନ୍ଦ୍ୱରେ ଥିବା ବେଳେ ୪୨.୩% ଲୋକ କୌଣସି ଦ୍ୱନ୍ଦ୍ୱ ନଥିବା କଥା କହିଛନ୍ତି।

The post ୬୧% ବିହାରବାସୀଙ୍କ ମତ: ବିଜେପି-ଏଲଜେପି ମଧ୍ୟରେ ରହିଛି ଭିତିରି ସମ୍ପର୍କ appeared first on Odisha Reporter.



from Odisha Reporter https://ift.tt/3oG9Bg6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages