ବାଲେଶ୍ୱର, ତିର୍ତ୍ତୋଲ ପାଇଁ ଭର୍ଚୁଆଲ୍‌ ପ୍ରଚାର କରିବେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 27, 2020

ବାଲେଶ୍ୱର, ତିର୍ତ୍ତୋଲ ପାଇଁ ଭର୍ଚୁଆଲ୍‌ ପ୍ରଚାର କରିବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ପାଇଁ ଭର୍ଚୁଆଲ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ସେ ପ୍ରଚାର କରିବେ। ଠିକ୍‌ ସେମିତି ଆସନ୍ତା ୨୯ତାରିଖରେ ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ନବୀନ। ସ୍ୱରୂପଙ୍କ ପାଇଁ ନବୀନ ଅପରାହ୍ନ ୪.୩୦ରୁ ୫ଟା ଯାଏଁ ଭର୍ଚୁଆଲ ପ୍ରଚାର କରିବେ।

ନଭେମ୍ୱର ୩ ତାରିଖରେ ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ହେବ ଉପନିର୍ବାଚନ। ସେଥିପାଇଁ ଦୁଇ ନିର୍ବାଚନମଣ୍ଡଳୀରେ ପ୍ରଚାର ଜୋରଦାର ଚାଲିଛି। ରାଜ୍ୟର ତିନି ରାଜନୈତିକ ଦଳର ଷ୍ଟାର କ୍ୟାମ୍ପେନର ପ୍ରଚାର କରୁଛନ୍ତି। କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିବେ କି ନାହିଁ ଜଣାପଡ଼ୁନଥିଲା। ଆଜି ଏହା ଉପରୁ ପର୍ଦ୍ଦା ହଟିଛି। ମୁଖ୍ୟମନ୍ତ୍ରୀ ଦୁଇ ନିର୍ବାଚନମଣ୍ଡଳୀକୁ ନଯାଇ ଭର୍ଚୁଆଲ୍‌ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

The post ବାଲେଶ୍ୱର, ତିର୍ତ୍ତୋଲ ପାଇଁ ଭର୍ଚୁଆଲ୍‌ ପ୍ରଚାର କରିବେ ନବୀନ appeared first on Odisha Reporter.



from Odisha Reporter https://ift.tt/3e1wAx2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages