ହାଥରସ୍ ଗଣଦୁଷ୍କର୍ମ ମାମଲା: ଦିଲ୍ଲୀକୁ ମାମଲା ସ୍ଥାନାନ୍ତର କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 27, 2020

ହାଥରସ୍ ଗଣଦୁଷ୍କର୍ମ ମାମଲା: ଦିଲ୍ଲୀକୁ ମାମଲା ସ୍ଥାନାନ୍ତର କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ମାମଲାର ସିବିଆଇ ତଦନ୍ଦ ଉପରେ ହାଇକୋର୍ଟ ନଜର ରଖିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାମଲାର ଟ୍ରାଏଲ ରାଜ୍ୟ ବାହାରକୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ମାମଲାର ତଦନ୍ତ ପୁରା ହେବା ପରେ ରାଜ୍ୟ ବାହାରେ ଟ୍ରାଏଲ୍ କରିବାକୁ ବିଚାର କରାଯିବ ଏବଂ ବର୍ତ୍ତମାନ ସିବିଆଇ ତଦନ୍ତ ଉପରେ ଆହ୍ଲାବାଦ ହାଇକୋର୍ଟ ନଜର ରଖିବେ ବୋଲି ମାନ୍ୟବର କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ବର୍ତ୍ତମାନ ମାମଲାର ତଦନ୍ତ ସିବିଆଇ କରୁଛି। ଏଣୁ ଏହାକୁ ରାଜ୍ୟ ବାହରକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ନାହିଁ। ବାକି ସମସ୍ତ ଦିଗ ଉପରେ ହାଇକୋର୍ଟ ଦୃଷ୍ଟି ରଖିବେ।

ସୁପ୍ରିମକୋର୍ଟ ମାମଲାର ଶୁଣାଣି ବେଳେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଦାଖଲ ସତ୍ୟପାଠକୁ ସ୍ୱୀକାର କରିଛନ୍ତି। ସତ୍ୟପାଠରେ ୟୁପି ସରକାର ଦୃଢ଼ୋକ୍ତି ଦେଇଥିଲେ ଯେ, ପୀଡ଼ିତାଙ୍କ ପରିବାର ତଥା ମାମଲାର ଅନ୍ୟ ସାକ୍ଷ୍ୟ ପ୍ରମାଣମାନଙ୍କୁ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। ଏହାସହ ମାମଲାର ସିବିଆଇ ତଦନ୍ତ କରିବାକୁ ମଧ୍ୟ ଯୋଗୀ ଆଦିତ୍ୟନାଥ ସରକାର ଦାବି କରିଥିଲେ।

ସେପ୍ଟେମ୍ବର 14ରେ ୟୁପିର ହାଥରସରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ସହ ନିର୍ମମ ଭାବେ ହତ୍ୟା ଉଦ୍ୟମ କରାଯାଇଥିଲା। ପରେ ସେପ୍ଟେମ୍ବର 29ରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସାରା ଦେଶରେ ଉତ୍ତେଜନା ଓ ଆକ୍ରୋଶ ଦେଖିବାକୁ ମିଳିଥିଲା। ପରେ ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପୀଡ଼ିତାଙ୍କ ପରିବାର ମାମଲାର ଟ୍ରାଏଲ ଦିଲ୍ଲୀରେ ହେବା ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ କରିଥିଲେ।

The post ହାଥରସ୍ ଗଣଦୁଷ୍କର୍ମ ମାମଲା: ଦିଲ୍ଲୀକୁ ମାମଲା ସ୍ଥାନାନ୍ତର କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3jwRt4t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages