ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ଆଇଟିଆର୍ ୪ ନମ୍ବର ଲଞ୍ଚପ୍ୟାଡରୁ ମିଜାଇଲ କେ-୧୫ର ସ୍ମାର୍ଟ-୧ ଭର୍ସନ ମିଜାଇଲ୍ ପରୀକ୍ଷଣ ହୋଇଛି। ଆଜି ଦିନ ୧୧ଟା ୪୦ରେ ଏହାର ପରୀକ୍ଷଣ କରାଯାଇଛି। ଏହି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ୭୫୦ କିଲୋମିଟର ବା ୪୬୬ ମାଇଲ ଯାଏ ଲକ୍ଷ୍ୟ ଭେଦ କରିପାରିବ। ହଜାରେ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର ଏହାର କ୍ଷମତା ରହିଛି।
କେ-୧୫ ହେଉଛି ବୁଡାଜାହାଜ ଦ୍ୱାରା ଦୁଇ ପର୍ଯ୍ୟାୟରେ ପରୀକ୍ଷା କରାଯାଉଥିବା ମିଜାଇଲ୍। ଏହି ମିଜାଇଲ ସ୍ଥଳଭାଗରୁ ପରୀକ୍ଷଣ କରାଯାଇଛି। ଏହାର ଗତିପଥକୁ ଟ୍ରାକ୍ କରିବା ପାଇଁ ରାଡାର୍ ଏବଂ ଇଲେକଟ୍ରୋନିକ୍ସ ଟ୍ରାକିଂ ମେସିନ୍ ବ୍ୟବହାର କରାଯାଇଥିଲା।
ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ୧୯୯୦ ମସିହାରେ ହାଇଦ୍ରାବାଦ ସ୍ଥିତ ଭାରତୀୟ ପ୍ରତରିକ୍ଷା ଗବେଶଣା ପ୍ରତିଷ୍ଠାନ ଦ୍ୱାରା ଏହାକୁ ତିଆରି କରାଯାଇଥିଲା। ଯାହା ୨୦୦୧ ମସିହାରେ ପ୍ରଥମକରି ଗୁଜରାଟର ହାଜିରା ସମୁଦ୍ରରୁ ହରିହନ୍ତ ବୁଡା ଯାହାଜରୁ ଏହାର ପରିକ୍ଷା କରାଯାଇଥିଲା।
ଏହି ମିଜାଇଲ୍ ଲଞ୍ଚପ୍ୟାର୍ଡରୁ ବାହାରିବା ପାଇଁ ଗ୍ୟାସ ବୁଷ୍ଟର ବ୍ୟବାହର କରାଯାଇଥାଏ। ଏହି କ୍ଷେପଣାସ୍ତ୍ର ଭୂ-ପୃଷ୍ଠରୁ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାକୁ ଉଠିବା ପରେ ଏକ କଠିନ ରକେଟ୍ ମୋଟରକୁ ଗୁଳିକରିଥାଏ। ଆଜିର ଏହି ପରୀକ୍ଷା ବେଳେ ଏହାର ଗତିପଥକୁ ଟ୍ରାକ୍ କରିବାପାଇଁ ରାଡାର ଓ ଇଲୋକଟ୍ରୋନିକ୍ସ ଟ୍ରାକିଂ ମେସିନ ବ୍ୟବହାର କରାଯାଇଥିଲା।
The post ପରୀକ୍ଷଣ ହେଲା ମିଜାଇଲ୍ K-15ର ସ୍ମାର୍ଟ-1 ଭର୍ସନ୍ appeared first on Odisha Reporter.
from Odisha Reporter https://ift.tt/34o8Bnw
No comments:
Post a Comment