୪ ବର୍ଷର ପୁଅକୁ ହତ୍ୟା କଲା ନାବାଳିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 14, 2020

୪ ବର୍ଷର ପୁଅକୁ ହତ୍ୟା କଲା ନାବାଳିକା

ନାଭି ମୁମ୍ୱାଇ: ଜଣେ ଚାରି ବର୍ଷର ଛୋଟ ଛୁଆକୁ ୧୭ ବର୍ଷର ନାବାଳିକା ହତ୍ୟା କରିଛି। ସେପ୍ଟେମ୍ବର ୧୮ରେ ନାବାଳିକା ଜଣଙ୍କ ହତ୍ୟା କରିଥିଲା। ଘଟଣାକୁ ମାସେ ପୂର୍ତ୍ତି ହେବାର ଚାରି ଦିନ ପୂର୍ବରୁ ଅଭିଯୁକ୍ତ ହତ୍ୟାକାରୀ ନାବାଳିକାକୁ ପୁଲିସ ଅଟକ ରଖିଛି। ନାବାଳିକା ଜଣଙ୍କ ହତ୍ୟା କରିବା ପରେ ଏକ ଅଖା ଭିତରେ ପୁରାଇ ଝରକା ବାହାରକୁ ଫିଙ୍ଗି ଦେଇଥିଲା ବୋଲି ଜଣାପଡ଼ିଛି।

ଘଟଣାଟି ମହାରାଷ୍ଟ୍ରର ନାଭି ମୁମ୍ୱାଇର। ସେପ୍ଟେମ୍ୱର ୧୮ରେ ଛୋଟ ପିଲାଟି ଖେଳୁଥିଲା। ଏହି ସମୟରେ ସେ ଶୌଚାଳୟ ଯାଇଥିଲା ନାବାଳିକା ଘରକୁ। ସେହି ସମୟରେ ନାବାଳିକାର ପରିବାର ଲୋକ କେହିନଥିଲେ। ଏହି ସମୟରେ ଛୋଟ ପିଲାଟି ନାବାଳିକା ଘରର ଶୌଚାଳୟ ବ୍ୟବହାର କରିଥିଲା। ପରେ ସାଙ୍ଗ ହୋଇ ଉଭୟ ଖେଳିଥିଲେ। ହେଲେ ଏହି ସମୟରେ ନାବାଳିକାଟି ଛୋଟ ପିଲାଟିକୁ ତକିଆରେ ଜାକି ଦେଇଥିଲା। ଏହାପରେ ଛୋଟ ପିଲାଟି ଅଚେତ ହୋଇଯାଇଥିଲା। ଏହାପରେ ନାବାଳିକା ଜଣଙ୍କ ଭୟଭୀତ ହୋଇଯାଇଥିଲା।

ଏହାପରେ ସେ ଅଖା ଭିତରେ ଛୋଟ ଛୁଆଟିକୁ ଭର୍ତ୍ତି କରି ବାହାରେ ଫିଙ୍ଗି ଦେଇଥିଲା। ପରେ ଛୋଟ ପିଲାଟିର ପରିବାର ଲୋକେ ଖୋଜିଥିଲେ। ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ମିଳିନଥିଲା। ଏହାପରେ ଦୁଇ ଜଣ ମହିଳା ବନ୍ଦ ହୋଇ ପଡ଼ିଥିବା ଅଖା ବାବଦରେ ଖବର ଦେଇଥିଲେ।

ଖବର ପାଇ ପରିବାର ଲୋକେ ଅଖା ଖୋଲିଥିଲେ। ଆଉ ପୁଅକୁ ସଙ୍ଗେସଙ୍ଗେ ହସ୍ପିଟାଲକୁ ନେଇଯାଇଥିଲେ। ହେଲେ ହସ୍ପିଟାଲ ପହଞ୍ଚିଲା ବେଳକୁ ଛୋଟ ପିଲାଟିର ମୃତ୍ୟୁ ହୋଇସାରିଥିଲା ବୋଲି ସୂଚନା ରହିଛି।

ଘଟଣା ଘଟିବା ପରେ ପୁଲିସ ଏହି ୧୭ ବର୍ଷୀୟ ଝିଅକୁ ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରିଥିଲା। ତଦନ୍ତ ବେଳେ ପୁଲିସ ପାଖରେ ଥିବା ୧୬ଟି ଘରେ ଥିବା ଅଖା ଖୋଜିଥିଲା ପୁଲିସ। ହେଲେ ସମାନ ପ୍ରକାର ଅଖା ନାବାଳିକା ଘରୁ ଉଦ୍ଧାର କରିଥିଲା ପୁଲିସ।

The post ୪ ବର୍ଷର ପୁଅକୁ ହତ୍ୟା କଲା ନାବାଳିକା appeared first on Odisha Reporter.



from Odisha Reporter https://ift.tt/3iY0MKw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages