ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ସେନାକୁ କହିଲେ ଜିନ୍ ପିଙ୍ଗ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 15, 2020

ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ସେନାକୁ କହିଲେ ଜିନ୍ ପିଙ୍ଗ୍

ବେଜିଂ: ଏଲଏସିରେ ଭାରତ ସହିତ ଚାଇନାର ବିବାଦ ଜାରି ରହିଛି। ଯଦିଓ ଦୁଇ ଦେଶ ମଧ୍ୟରେ ହେଉଥିବା ବୈଠକ ସଫଳ ହେଉଛି ବୋଲି କୁହାଯାଉଛି ହେଲେ ଗ୍ରାଉଣ୍ଡ ଜୀରୋରେ ସ୍ଥିତି ଓଲଟା ରହିଛି। ଏହାରି ଭିତରେ ଚାଇନା ରାଷ୍ଟ୍ରପତି ଶି ଜିନ୍ ପିଙ୍ଗ୍ ପିପୁଲସ ଲିବରେସନ ଆର୍ମି (ପିଏଲଏ)କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ବେଜିଂର ଖବର ସରବରାହ ସଂସ୍ଥା ଏଭଳି ଖବର ପ୍ରକାଶ କରିଥିବା ସିଏନଏନ କହିଛି। ଅକ୍ଟୋବର ୧୪ରେ ଜିନ୍ ପିଙ୍ଗ୍ ଚାଇନାର ଦକ୍ଷିଣ ପ୍ରାନ୍ତରେ ଥିବା ଗୁଆଙ୍ଗଡୋଙ୍ଗର ମିଲିଟାରୀ ବେସକୁ ଆସିଥିଲେ। ଏହି ସମୟରେ ପିଏଲଏକୁ ହାଇ ଆଲର୍ଟରେ ରହିବାକୁ କହିଥିବା ସୂଚନା ରହିଛି। ଏମିତିକି ଯୁଦ୍ଧ ପାଇଁ ସମସ୍ତ ଶକ୍ତି ଓ ସାମର୍ଥ୍ୟ ଲଗାଇବା ପାଇଁ ଜିଙ୍ଗ୍ ପିଙ୍ଗ୍ ପିଏଲଏକୁ ଆହ୍ୱାନ କରିଛନ୍ତି।

ଅନ୍ୟପଟେ ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ ଭାରତ ଏବଂ ଚାଇନା ମଧ୍ୟରେ ଆଲୋଚନା ଚାଲିଛି। ଅକ୍ଟୋବର ୧୨ରେ ଦୁଇ ଦେଶ ମଧ୍ୟରେ ସପ୍ତମ ରାଉଣ୍ଡ ସାମରିକ ବୈଠକ ହୋଇଥିଲା।

ଏହାପରେ ମଙ୍ଗଳବାର ଦୁଇ ଦେଶର ସେନା ମିଳିତ ବିବୃତ୍ତିରେ କହିଥିଲେ ଆଲୋଚନା ସକରାତ୍ମକ ରହିଛି। ହେଲେ ପୂର୍ବ ଲଦାଖର ସୀମାରେ ଦୁଇ ଦେଶ ସେନା ପ୍ରତ୍ୟାହାର ନେଇ କୌଣସି ଆଲୋଚନା ସଫଳ ହୋଇନଥିଲା।

The post ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ସେନାକୁ କହିଲେ ଜିନ୍ ପିଙ୍ଗ୍ appeared first on Odisha Reporter.



from Odisha Reporter https://ift.tt/375YFBQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages