ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଶୀଷ ଡ଼ିହି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ନିର୍ମତ ହତ୍ୟା କରାଯାଇଛି। ଗ୍ରାମର ସୁଦର୍ଶନ ମୁଣ୍ଡା ନାମକ ବ୍ୟକ୍ତି ନିଜ ଘରର ବାରଣ୍ଡାରେ ରାତିରେ ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ପଥରରେ ଛେଚି ତାଙ୍କୁ ହତ୍ୟା କରିଛି।
ଘଟଣା ଘଟିବା ପରେ ଘର ଲୋକ ଉଠି ତୁରନ୍ତ ତାଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ ହେଁ, ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ। ତେବେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ଶୋଇଥିବା ଅବସ୍ଥାରେ ପଥରରେ ଛେଚି ହତ୍ୟା appeared first on Odisha Reporter.
from Odisha Reporter https://ift.tt/3nQu8Oz
No comments:
Post a Comment