କୁଳାଙ୍ଗାର ପୁଅ ପାଇଁ କ୍ଷମା ମାଗିଲେ କୁମାର ସାନୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 29, 2020

କୁଳାଙ୍ଗାର ପୁଅ ପାଇଁ କ୍ଷମା ମାଗିଲେ କୁମାର ସାନୁ

ମୁମ୍ୱାଇ : ‘ବିଗ୍‌ବସ୍‌ ୧୪’ରେ ବଲିଉଡ୍‌ ସିଙ୍ଗର କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ ମରାଠୀ ଭାଷାକୁ ନେଇ ଖରାପ କମେଣ୍ଟ ଦେବା ପରେ ବିବାଦରେ ଛନ୍ଦି ହୋଇପଡ଼ିଥିଲେ କୁମାର ସାନୁ। ପୁଅର ଏହି ଟିପ୍ପଣୀ ପରେ ମହାରାଷ୍ଟ୍ର ନବନିର୍ମାଣ ସେନା କଲର୍ସ ଚ୍ୟାନେଲକୁ ଶୋ’ ବନ୍ଦ କରିବା ପାଇଁ ଧମକ ଦେଇଛି। ଏବେ ପୁଅ ପାଇଁ ସର୍ବ ସମ୍ମୁଖରେ କ୍ଷମା ମାଗିଛନ୍ତି କୁମାର ସାନୁ।

ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି କୁମାର ସାନୁ ଏହାକୁ ଫେସବୁକରେ ଶେଆର୍‌ କରିଛନ୍ତି। ଭିଡିଓରେ ସେ କହିଛନ୍ତି, ‘ନମସ୍କାର ଉଦ୍ଧବ ଜୀ, ମୋତେ ଭଲ ଲାଗିଲା ଯେ କରୋନାରେ ଆକ୍ରାନ୍ତ ହୋଇଥିବା ସମୟରେ ବିଏସ୍‌ସି ମୋର ଭଲ ଯତ୍ନ ନେଇଥିଲା। ଏଥିପାଇଁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି, ବିଏମ୍‌ସି ପାଇଁ ମୁଁ କରୋନାରୁ ଆରୋଗ୍ୟ ହୋଇଛି।’

‘ମୁଁ ଶୁଣିଲି ଯେ ମୋ ପୁଅ ଜାନ ମରାଠୀ ଭାଷାକୁ ନେଇ ବିଗବସ୍‌ରେ ବହୁତ ଖରାପ କମେଣ୍ଟ ଦେଇଛି, ଯାହା ବହୁତ ଭୁଲ୍‌ କଥା। ୪୦ରୁ ୪୧ ବର୍ଷ ମଧ୍ୟରେ ଏପରି କଥା ମୁଁ କେବେ ଚିନ୍ତା ମଧ୍ୟ କରିନାହିଁ। ଯେଉଁ ମୁମ୍ୱାଇ ସହର ଓ ମୁମ୍ୱା ଦେବୀଙ୍କ ଆଶୀର୍ବାଦରୁ ମୋତେ ପରିଚୟ ମିଳିଛି, ସେହି ମୁମ୍ୱା ଦେବୀ ଓ ମହାରାଷ୍ଟ୍ର ବିଷୟରେ ମୁଁ ଏପରି କଥା ଚିନ୍ତା କରିପାରିବି ନାହିଁ। ସବୁ ଭାଷାକୁ ମୁଁ ଆଦର କରେ ଏବଂ ଅନେକ ଭାଷାରେ ଗୀତ ମଧ୍ୟ ଗାଇଛି। ତେଣୁ ମୋ ପୁଅ ଭାଷାକୁ ନେଇ ଯାହା କହିଛି, ସେଥିପାଇଁ ମୁଁ କ୍ଷମା ମାଗୁଛି।’

କୁମାର ସାନୁ ଭିଡିଓରେ ଆହୁରି ମଧ୍ୟ କହିଛନ୍ତି, ‘ମୋ ପୁଅଠାରୁ ୨୭ ବର୍ଷ ଧରି ମୁଁ ଅଲଗା ରହୁଛି। ମୋତେ ଜଣାନାହିଁ ଯେ ତା’ର ମା’ ତାକୁ କେଉଁ ସଂସ୍କାର ଓ ଶିକ୍ଷାଦିକ୍ଷା ଦେଇଛି। ଜଣେ ବାପା ହିସାବରେ ମୋ ପୁଅ ପାଇଁ ମୁଁ କ୍ଷମା ମାଗୁଛି। ବାଲା ସାହେବଙ୍କଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ମୁଁ ମୁମ୍ୱାଇ ସହିତ ଜଡ଼ିତ ଅଛି। ଏପରି କଥା ଶୁଣିବା ପରେ ମୁଁ ଆଉ ରହିପାରିଲି ନାହିଁ। ପ୍ରତାପ ସରନାଇକଙ୍କ ସହିତ କଥା ହେବା ପରେ ସେ ମୋତେ କହିଲେ ଯେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ପୁଣିଥରେ ମୁଁ କ୍ଷମା ମାଗୁଛି। ଏହି ମହାରାଷ୍ଟ୍ରର ମାଟି ମୋତେ ସବୁକିଛି ଦେଇଛି। ସେ କୁଳାଙ୍ଗାର ମରାଠୀ ଭାଷାକୁ ନେଇ ଏପରି କହିବା ଠିକ୍‌ ହେଲାନାହିଁ। ବିଏମ୍‌ସି ମୋର ଯତ୍ନ ନେଇଥିବାକୁ ପୁଣିଥରେ ଧନ୍ୟବାଦ ଜଣାଉଛି। ମୋତେ ଓ ମୋ ପରିବାରକୁ କ୍ଷମା କରିଦିଅନ୍ତୁ।

ସୂଚନାଯୋଗ୍ୟ, ଜାନ କୁମାରଙ୍କର ଏହି ଟିପ୍ପଣୀ ପରେ ବିଗବସ୍‌ ତାଙ୍କୁ କନଫେସନ୍‌ ରୁମ୍‌କୁ ଡ଼ାକିଥିଲେ ଏବଂ କୌଣସି ଭାଷାକୁ ନେଇ ଏପରି କମେଣ୍ଟ ନକରିବା ପାଇଁ ତାଗିଦ୍‌ କରିଥିଲେ।

 

The post କୁଳାଙ୍ଗାର ପୁଅ ପାଇଁ କ୍ଷମା ମାଗିଲେ କୁମାର ସାନୁ appeared first on Odisha Reporter.



from Odisha Reporter https://ift.tt/3mtQX98

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages