ବିଚ୍ ରାସ୍ତାରେ ସ୍କର୍ପିଓକୁ ପୋଡ଼ିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 29, 2020

ବିଚ୍ ରାସ୍ତାରେ ସ୍କର୍ପିଓକୁ ପୋଡ଼ିଦେଲେ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡ଼ରେ ଶୁକ୍ରବାର ଭୋରୁ ଦେଖିବାକୁ ମିଳିଛି ଉତ୍ତେଜନା। ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ ଶେଷରେ କିଛି ଲୋକ ଏକ ସ୍କରପିଓ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଘଟଣା ସ୍ଥଳରେ ଫାୟାର ବ୍ରିଗେଡ୍ ଟିମ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଛି।

ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ଗାଡ଼ିରେ ଜଣେ ମହିଳାଙ୍କ ସମେତ ତିନିଜଣ ଥିଲେ। ୧୦ରୁ ୧୨ ଜଣ ଯୁବକ ବାଇକରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ନିଆଁ ଲଗାଇଥିବା ଯୁବକଙ୍କ ମାଡ଼ରେ ଗାଡ଼ିରେ ଥିବା ତିନିଜଣ ଫେରାର ହୋଇଯାଇଥିବା ବେଳେ ପୁଲିସ ସେମାନଙ୍କୁ ଠାବ କରିବାକୁ ଉଦ୍ୟମ କରୁଛି। ତେବେ ଗାଡ଼ିରେ କିଛି ଆପତ୍ତିଜନକ ସାମଗ୍ରୀ ଚାଲାଣ ହେଉଥିବା ସୂଚନା ମିଳିଛି। ଟାଙ୍ଗରପାଲି ପୁଲିସ ଘଟଣାର ତଦନ୍ତ କରୁଛି।

The post ବିଚ୍ ରାସ୍ତାରେ ସ୍କର୍ପିଓକୁ ପୋଡ଼ିଦେଲେ appeared first on Odisha Reporter.



from Odisha Reporter https://ift.tt/3ebceBO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages