ଚା’ ଦୋକାନରେ ଫାଟିଲା ଗ୍ୟାସ ଟାଙ୍କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 29, 2020

ଚା’ ଦୋକାନରେ ଫାଟିଲା ଗ୍ୟାସ ଟାଙ୍କି

ସୁବର୍ଣ୍ଣପୁର (ଓଡ଼ିଶା ରିପୋର୍ଟର): ଚା ଦୋକାନରେ ନିଆଁଲାଗି ଫାଟିଲା ଗ୍ୟାସ ଟାଙ୍କି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ ଛକରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଉପଜିଲ୍ଲାପାଳ ଛକରେ ଥିବା ଚା’ ଦୋକାନରେ ହଠାତ ନିଆଁ ଲାଗିଥିଲା।

ତେବେ ଦେଖୁଦେଖୁ ନିଆଁ ହୁ ହୁ ହୋଇ ଜଳିଥିବାବେଳେ ହଠାତ୍ ଦୋକାନ ଭିତରେ ଥିବା ଗ୍ୟାସ ଟାଙ୍କିଟି ବହୁତ ଜୋରରେ ବିସ୍ଫୋରଣ ହୋଇଥିଲା। ଫଳରେ ଦୋକାନରେ ଥିବା ଜିନିଷ ଗୁଡ଼ିକ ଛିନ ଛତର ହୋଇ ଛିଟିକି ପଡିଥିଲା। ଦେକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ଏଥିରେ କାହର କିଛି କ୍ଷତି ହୋଇନାହିଁ।

ଖବର ପାଇ ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିବାବେଳେ ବୀରମହାରାଜପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଚା ଦୋକାନଟି ସ୍ଥାନୀୟ ଚମ୍ପାମାଳ ଗ୍ରାମର ପିତାମ୍ବର ଥନାପତିଙ୍କ ବୋଲି ଜଣାପଡିଛି।

The post ଚା’ ଦୋକାନରେ ଫାଟିଲା ଗ୍ୟାସ ଟାଙ୍କି appeared first on Odisha Reporter.



from Odisha Reporter https://ift.tt/3kFlUXC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages