ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ସାମ୍ନାରେ ମା’କୁ ପୁଅ ମୁଣ୍ଡଜାମିନ ରଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଧାୟକ ସୁର ରାଉତରାୟ। ରାଜ୍ୟରେ ଆଇନ ନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା କହିଲେ ସୁର ରାଉତରାୟ। ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା କଲେ ସୁର।
ଆଜି ଯଦି ସେ ମୁଖ୍ୟମନ୍ତ୍ରୀ, କେଉଁ ମନ୍ତ୍ରୀଙ୍କୁ ମୁଣ୍ଡଜାମିନ ରଖିଥାନ୍ତା ତେବେ ପରିସ୍ଥିତି କଣ ହୋଇଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା, କାର୍ଯ୍ୟାନୁଷ୍ଠାନ ଦରକାର ବୋଲି ସୁର କହିଛନ୍ତି। ସୂଚନା ଅନୁଯାୟୀ, ବିଧାନସଭା ଚାଲିଥିବା ଯୋଗୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସତ୍ତ୍ୱେ ବିଧାନସଭା ସମ୍ମୁଖରେ ଜଣେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା।
ଆଜି ସକାଳେ ବିଧାନସଭା ଚାଲିଥିବା ବେଳେ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏହି ସମୟରେ ଜଣେ ଯୁବକ ହଠାତ୍ ସେଠାରେ ନିଜ ମା’ଙ୍କ ସହ ପହଞ୍ଚିଥିଲେ। ଏହାପରେ ନିଜ ମା’ଙ୍କ ବେକରେ ଛୁରି ଲଗାଇ ଧମକ ଦେଲେ। ବେକରେ ଛୁରି ଲଗାଇ ଦୁଇ ମନ୍ତ୍ରୀଙ୍କ ନାଁ ନେଲେ। ପାଗଳ ଭଳି ପ୍ରଳାପ କରିବା ସହ ଛୁରି ଲଗାଇ ତଣ୍ଟି କାଟିଦେବି, ପିଚ୍ ପିଚ୍ ରକ୍ତ ବାହାରିବ ବୋଲି ଧମକ ଦେଇଥିଲେ ଯୁବକ। ବହୁ କଷ୍ଟରେ ପୁଅ କବଳରୁ ମା’ଙ୍କୁ ଉଦ୍ଧାର କରିଥିଲା ପୁଲିସ୍ ।
ମାଙ୍କୁ ଉଦ୍ଧାର ସହ ପୁଅକୁ ନିଜ ହେପାଜତକୁ ନେଇଥିଲା ପୁଲିସ୍। ମାନସିକ ରୋଗରେ ଆକ୍ରାନ୍ତ ପୁଅକୁ ଚିକିତ୍ସା ପାଇଁ ମା ଆଣିଥିବା ବେଳେ ଏପରି ଘଟଣା ଘଟି ଯାଇଥିବା କହିଛନ୍ତି। ବିଧାନସଭା ଚାଲିଥିବା ବେଳେ ଯୁବକଙ୍କ ଏପରି ଉନ୍ମତ୍ତ କାଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି।
The post ସୁରଙ୍କ ପ୍ରଶ୍ନ ଆଜି ଯଦି ସେ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡଜାମିନ ରଖିଥାନ୍ତା ? appeared first on Odisha Reporter.
from Odisha Reporter https://ift.tt/36kX8rd
No comments:
Post a Comment