ବ୍ରହ୍ମପୁର (ଜଗନ୍ନାଥ ସାହୁ): ଦାଦାବଟି ପାଇଁ ଭାଇ-ଭଉଣୀଙ୍କୁ ଆକ୍ରମଣ। ପାର୍ବଣ ପୂର୍ବରୁ ଏଭଳି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଗୁରୁତର ଆହତ ଭାଇ ଓ ଭଉଣୀଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଲକ୍ଷ୍ମୀ ନୃସିଂହ ସାହି ୩ୟ ଲାଇନର କାଳିଆ ପାତ୍ର ଜଣେ ଛୋଟ ବ୍ୟବସାୟୀ। ଗତ କିଛି ଦିନ ହେଲା ତାଙ୍କ ମୋବାଇଲ୍କୁ ଧମକପୂର୍ଣ୍ଣ କଲ ଆସୁଥିଲା। ବଟି ବାବଦକୁ ୧୦ ହଜାର ଟଙ୍କା ଦେବାକୁ ଧମକ ଦିଆଯାଉଥିଲା। ଟଙ୍କା ନଦେଲେ ହତ୍ୟାର ଧମକ ଦେଉଥିଲେ ଦୁର୍ବୃତ୍ତ।
ତେବେ ଗତକାଲି ମଧ୍ୟାହ୍ନରେ କାଳିଆ ଘରେ ଥିଲେ। ୫ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ କାଳିଆଙ୍କ ଘରକୁ ଆସିଥିଲେ। ସେମାନେ ପ୍ରଥମେ କାଳିଆକୁ ଡାକି ବାଇକ୍ରେ ବସିବାକୁ କହିଥିଲେ। ମାତ୍ର ରାଜି ନହେବାରୁ ମାଉଜର ଦେଖାଇ ଧମକଚମକ ଦେଇଥିଲେ। ପରେ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି କାଳିଆକୁ ବଞ୍ଚାଇବାକୁ ତାଙ୍କ ଭଉଣୀ ଆସିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।
The post ଦାଦାବଟି ପାଇଁ ଭାଇ, ଭଉଣୀଙ୍କୁ ହାଣିଲେ appeared first on Odisha Reporter.
from Odisha Reporter https://ift.tt/2H1TLvn
No comments:
Post a Comment