ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 15, 2020

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ

ମୀରଟ: ଦୁଇ ବର୍ଷ ତଳେ ହାପୁରରେ ଜଣେ ୧୨ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରିବା ଘଟଣାରେ ୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି କାରଣରୁ ସେମାନଙ୍କୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି (ପକ୍ସୋ ଆକ୍ଟ) ବୀଣା ନାରାୟଣ ଏହି ରାୟ ଦେଇଛନ୍ତି।

ସରକାରୀ ଓକିଲ ହରେନ୍ଦ୍ର ତ୍ୟାଗୀ କହିଛନ୍ତି, ପୀଡ଼ିତାଙ୍କ ନାବାଳକ ଭାଇ ଘଟଣାର ପ୍ରମୁଖ ସାକ୍ଷୀ ରହିଥିଲେ। ଦୋଷୀମାନେ ପ୍ରଥମେ ନାବଳିକାକୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ। ଏଥିସହ ତାଙ୍କ ଭାଇର ତଣ୍ଟି କାଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆ ଯାଇଥିଲା। ସେ ବେକରେ ଆଘାତ ଯୋଗୁ କିଛି କହିପାରୁ ନଥିଲେ। ହେଲେ ଲେଖିତ ଭାବେ ପୂରା ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।

ନାବାଳିକାଙ୍କ ଘରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଙ୍କୁର ଓ ସୋନୁ କାମ କରୁଥିଲେ। ୨୦୧୮ ସେପ୍ଟେମ୍ବର ୯ରେ ନାବାଳିକା ଜଣଙ୍କ ତାଙ୍କ ୧୦ ବର୍ଷୀୟ ଭାଇ ସହ ଘରେ ଏକାକୀ ରହିଥିବା ବେଳେ ସେମାନଙ୍କ ବାପାମା’ କୌଣସି କାମ ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ ନାବାଳିକାଙ୍କୁ ସୋନୁ ଓ ଅଙ୍କୁର ଗଣଦୁଷ୍କର୍ମ କରିଥିଲେ। ଏହାକୁ ତାଙ୍କ ୧୦ ବର୍ଷର ଭାଇ ଅଟକାଇବାରୁ ସେମାନେ ତା’ର ତଣ୍ଟି କାଟି ଫୋପାଡ଼ି ଦେଇଥିଲେ। ଗଣଦୁଷ୍କର୍ମ ପରେ ସେମାନେ ଝିଅଟିକୁ ହତ୍ୟା କରି ଗୋଦାମ ଘରେ ଫୋପାଡ଼ି ଚାଲି ଯାଇଥିଲେ।

The post ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ appeared first on Odisha Reporter.



from Odisha Reporter https://ift.tt/3lTSo0y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages