ଆସୁଛି ଶୀତ ଦିନ, ପାଣି କମ୍ ପିଉଛନ୍ତି କି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 28, 2020

ଆସୁଛି ଶୀତ ଦିନ, ପାଣି କମ୍ ପିଉଛନ୍ତି କି!

କଥାରେ ଅଛି ଜଳ ହିଁ ଜୀବନ। ଆଉ ଏହା କେତେ ମାତ୍ରାରେ ସତ ଆମେ ସମସ୍ତେ ଜାଣିଛେ। ପାଣି ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ମଣିଷ ଶରୀରରେ ପ୍ରାୟ 70 ପ୍ରତିଶତ ପାଣି ରହିଥାଏ, ଯାହା ସେଲ୍ସ, ଅର୍ଗାନ୍ସ ଏବଂ ଟିସୁକୁ ନିୟନ୍ତ୍ରୟ କରିଥାଏ। ପରିସ୍ରା, ଝାଳ ବୋହିବା ଏବଂ ହଜମକ୍ରିୟା କାରଣରୁ ଶରୀରରେ ପାଣିର ମାତ୍ରା କମିଥାଏ, ଯାହା ଡିହାଇଡ୍ରେସନ ସମସ୍ୟା ସୃଷ୍ଟି କରିଥାଏ। ଶୀତଦିନେ କମ୍ ପାଣି ପିଇଲେ ଆପଣଙ୍କ ସମସ୍ୟା ବଢ଼ିପାରେ। ବିଶେଷଜ୍ଞମାନେ କୁହନ୍ତି, ଶରୀରରେ ପାଣି ପର୍ଯ୍ୟାପ୍ତ ପରିମାଣରେ ରହିବା ଆବଶ୍ୟକ। ଏହା ଆମ ଇମ୍ୟୁନ୍ ସିଷ୍ଟମ ପାଇଁ ନିହାତି ଆବଶ୍ୟକ ହୋଇଥିବା ବେଳେ ଏହାର ଅନ୍ୟ ଉପକାରିତା ମଧ୍ୟ ରହିଛି।

 

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ, ଗ୍ରୀଷ୍ମଋତୁରେ ପ୍ରତ୍ୟହ 8ରୁ10 ଗ୍ଲାସ୍ ପାଣି ପିଇବା ଆବଶ୍ୟକ। ହେଲେ ଶୀତଦିନେ ଏତେ ମାତ୍ରାରେ ପାଣି ହଜମ କରିବା କଷ୍ଟକର ହୋଇଥାଏ। ଏହି କାରଣରୁ ଶରୀର ଡିହାଇଡ୍ରେଟ୍ ହୋଇଯାଏ ଏବଂ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଏଣୁ ଶୀତଦିନେ ମଧ୍ୟ ଖୁବ୍ ପାଣି ପିଇବା ଆବଶ୍ୟକ। ଆସନ୍ତୁ ଜାଣିବା ଶୀତଋତୁରେ ଅଧିକ ପାଣି ପିଇବା ଦ୍ୱାରା କଣ ଲାଭ ମିଳିଥାଏ…

ଶୀତଦିନେ ଶରୀରରେ ପାଣିର ପରିମାଣ କମ୍ ହେଲେ ଶରୀର ଡିହାଇଡ୍ରେଟ୍ ହୋଇଯାଏ। ଫଳରେ ହାଇପୋଥର୍ମିୟା ଭଳି ରୋଗ ହେବାର ଆଶଙ୍କା ବଢ଼ିଥାଏ। ଶରୀରର ତାପମାତ୍ରା ଅସନ୍ତୁଳିତ ହେବା କାରଣରୁ ଏଭଳି ହୋଇଥାଏ। ନିଜ ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ ରଖିବାକୁ ଚାହୁଁଥିଲେ ଶୀତଦିନେ ପ୍ରଚୁର ପାଣି ପିଅନ୍ତୁ ଏବଂ ହାଇପୋଥର୍ମିୟା ଭଳି ରୋଗରୁ ଦୂରରେ ରୁହନ୍ତୁ।

କହିବାକୁ ଗଲେ ଶୀତଋତୁ ଆମ ଶରୀରରେ ଇମ୍ୟୁନିଟି ସିଷ୍ଟମ କିଭଳି ରହିଛି ତା’ର ପରୀକ୍ଷା ନେଇଥାଏ। ଏହି ସମୟରେ ଅନେକ ବାୟୁବାହୀ ରୋଗ ଆମକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥାଏ। ପାଣିର ଅଭାବରେ ଡିହାଇଡ୍ରେଶନ ଆମ ଶରୀରର ଇମ୍ୟୁନ୍ ସିଷ୍ଟମକୁ ଦୁର୍ବଳ କରିଥାଏ। ଇମ୍ୟୁନ୍ ସିଷ୍ଟମ ଖରାପ ହେଲେ ନାନା ରୋଗ ଆମ ଶରୀରକୁ ସହଜରେ ଆକ୍ରମଣ କରିପାରେ। ଏଣୁ ଇମ୍ୟୁନିଟିକୁ ସଶକ୍ତ କରିବାକୁ ଚାହୁଁଛନ୍ତି ଯଦି ଶୀତ ଦିନେ ଖୁବ୍ ପାଣି ପିଅନ୍ତୁ।

ଶୀତ ଦିନେ ଆମେ ସାଧାରଣତଃ ହାଇ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇଥାଉ। ଏହି କାରଣରୁ ଓଜନ ବୃଦ୍ଧି ହୋଇଥାଏ। ଏପଟେ ଶୀତ ଋତୁରେ ଶାରୀରିକ କାର୍ଯ୍ୟକଳାପ ମଧ୍ୟ କମ୍ ହେଉଥିବାକୁ ଶରୀର ଅଳସୁଆ ପଡ଼ିଥାଏ। ଏହି କାରଣରୁ ଶରୀରରେ ଥିବା ଅତ୍ୟଧିକ କ୍ୟାଲୋରୀ ବର୍ନ ହୋଇପାରେ ନାହିଁ। ଶରୀରରେ ପର୍ଯ୍ୟାପ୍ତ ପରିମାଣର ପାଣି ଚର୍ବିକୁ ହ୍ରାସ କରି ମୋଟାପଣଠାରୁ ଦୂର ରଖିଥାଏ।

ପାଣି ଶରୀରକୁ ହାଇଡ୍ରେଟ୍ ରଖିବା ସହ ଏହାକୁ ସଫା ମଧ୍ୟ କରିଥାଏ। ପରିସ୍ରା ଏବଂ ଝାଳ ବାହାରିବା ଦ୍ୱାରା ଶରୀରର ଟକ୍ସିନ ବାହାରିଯାଇଥାଏ। ଏହା ରକ୍ତରେ ଥିବା ପୋଷକ ତତ୍ୱ ଏବଂ ଅମ୍ଳଜାନର ମାତ୍ରାକୁ ସନ୍ତୁଳିତ ମଧ୍ୟ ରଖିଥାଏ। ଯଥେଷ୍ଟ ପାଣି ପିଇବା ଦ୍ୱାରା କିଡନୀ, ଲିଭର୍, ଫୁସଫୁସ୍ ଏବଂ ହାର୍ଟ ସୁସ୍ଥ ରହିଥାଏ।

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ପାଣି ଖୁବ୍ ଆବଶ୍ୟକ। ବିଉଟି ଏକ୍ସପର୍ଟମାନଙ୍କ ଅନୁସାରେ ପାଣିରେ ଥିବା ଔଷଧୀୟ ଗୁଣ ଆମ ତ୍ୱଚା ପାଇଁ ଖୁବ୍ ଉପକାରୀ। ଶୀତଦିନେ ଚମକଦାର ତ୍ୱଚା ପାଇଁ ଶରୀର ହାଇଡ୍ରେଟ୍ ରହିବା ନିହାତି ଆବଶ୍ୟକ। ଶୀତ ଦିନ ଶରୀରରେ ପାଣିର ମାତ୍ରା କମିଲେ ତ୍ୱଚା ଶୁଷ୍କ ହୋଇଥାଏ ଏବଂ ଓଠ ଫାଟିଥାଏ। ଏହାସହ ମୁହଁରେ ବ୍ରଣ, ଆଉ ରିଙ୍କଲ୍ ସମସ୍ୟା ମଧ୍ୟ ଦେଖାଇଥାଏ। ଏଥିରୁ ମୁକ୍ତି ଚାହୁଁଥିଲେ ଯଥେଷ୍ଟ ପରିମାଣରେ ପାଣି ପିଅନ୍ତୁ।

ଋତୁସ୍ରାବ ବେଳେ ଯନ୍ତ୍ରଣା କିମ୍ବା ଅନିୟମିତତା ପ୍ରାୟ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଶୀତ ଦିନେ ଏହି ସମସ୍ୟା ବଢ଼ିଥାଏ। ଏଭଳି ପରିସ୍ଥିତିରେ ଗରମ ପାଣି ଏହି ଯନ୍ତ୍ରଣାର ଉପଶମ ହୋଇପାରେ। ମାସିକ ଋତୁ ଚାଲିଥିବା ସମୟରେ ମହିଳାମାନେ ଯଥେଷ୍ଟ ପାଣି ପିଅନ୍ତୁ ଏବଂ ପେଟରେ ହାଲକା ସେକ ଦେବା ଦ୍ୱାରା ଉପଶମ ପାଇପାରିବେ।

ଶୀତ ଦିନ ଛାତିରେ କଫ ଜମିଥାଏ ଓ ନାକ ବନ୍ଦ ହୋଇ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥାଏ। ଏଭଳି ପରିସ୍ଥିତିରେ ଗରମ ପାଣି ରାମବାଣ ଭଳି କାମ କରିଥାଏ। ଗରମ ପାଣି ତଣ୍ଟି ପାଇଁ ବେଶ୍ ଉପକାରୀ। ସକାଳୁ ସକାଳୁ ଗରମ ପାଣି ପିଇବା ଦ୍ୱାରା ଗଳା, ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ଉପଶମ ମିଳିଥାଏ।

The post ଆସୁଛି ଶୀତ ଦିନ, ପାଣି କମ୍ ପିଉଛନ୍ତି କି! appeared first on Odisha Reporter.



from Odisha Reporter https://ift.tt/31OI2Hw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages