ବଲାଙ୍ଗିର(ଘଟେଶ୍ୱର ମିଶ୍ର): କୋଭିଡ୍ କଟକଣା ଯୋଗୁ ପ୍ରଥମ ଥର ପାଇଁ ବିନା ଭକ୍ତରେ ପାଳିତ ହେଲା ଐତିହାସିକ ପାଟଖଣ୍ଡା ଯାତ୍ରା। ବିଜୟା ଦଶମୀ ସନ୍ଧ୍ୟାରେ ଦେଝର ଜଙ୍ଗଲ ଭିତରୁ ପାଟଖଣ୍ଡା ଦେବତା ଓ ଜେନା ବୁଢାଙ୍କୁ ବରୁଆ ଦେହରେ ସବାର କରି ଖଳାକୁ ଅଣାଯାଇଥିଲା। ସିନଗଡ୍ ଡଇଁ ଦେବତାମାନେ ଜରାସିଂହାକୁ ଆସିଥିଲେ। ଏହି ମନୋରମ ଦୃଶ୍ୟକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। କିନ୍ତୁ ମହାମାରୀ କରୋନା ପାଇଁ ଚଳିତବର୍ଷ ବିନା ଭକ୍ତରେ ହୋଇଛି ପାଟଖଣ୍ଡା ଯାତ୍ରା।
ପାଟଖଣ୍ଡା ଯାତ୍ରାରେ ଭିଡ ନକରିବା ପାଇଁ ପୁଲିସ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଥିଲା। ଏହା ସତ୍ତ୍ୱେ ଗତକାଲି ସଂନ୍ଧ୍ୟାରେ ପୁଲିସ ପ୍ରଶାସନ ତରଫରୁ ଜରାସିଂହା ତୁଷୁରା ରାସ୍ତାକୁ ସୋନଗୋଡ ବ୍ରୀଜ ନିକଟରେ ସିଲ କରି ଦିଆଯାଇଥିଲା। ସେବାୟତମାନେ ଦୁଲଦୁଲି ବାଜାର ତାଳେ ତାଳେ ଦେବତାମାନଙ୍କୁ ଖଳାକୁ ଆଣିଥିଲେ।
The post ବିନା ଭକ୍ତରେ ହେଲା ଐତିହାସିକ ପାଟଖଣ୍ଡା ଯାତ୍ରା appeared first on Odisha Reporter.
from Odisha Reporter https://ift.tt/2HBinLa
No comments:
Post a Comment