ଦୁବାଇରେ ହିଁ ପ୍ରତିଶୋଧ ନେଲେ ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 13, 2020

ଦୁବାଇରେ ହିଁ ପ୍ରତିଶୋଧ ନେଲେ ଧୋନି

ଦୁବାଇ: ଲଗାତର ଖରାପ ପ୍ରଦର୍ଶନ ପରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସ୍ ୱିନିଂ ଟ୍ରାକକୁ ଫେରିଛି। ମଙ୍ଗଳବାର ଆଇପିଏଲର ୨୯ତମ ମୁକାବିଲାରେ ଚେନ୍ନାଇ ସୁପର୍ କିଙ୍ଗସ୍ ୨୦ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୬୭ ରନ୍ କରିଥିଲା। ଯାହା ପରେ ହାଇଦ୍ରାବାଦ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହ ସିଏସକେ ହାଇଦ୍ରାବାଦଠାରୁ ମିଳିଥିବା ପୂର୍ବ ପରାଜୟର ପ୍ରତିଶୋଧ ନେବା ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିଛି। ଦୁବାଇର ଏହି ମଇଦାନରେ ସିଜନରେ ୧୪ତମ ମୁକାବିଲାରେ ଚେନ୍ନାଇ ହାଇଦ୍ରାବାଦ ନିକଟରୁ ୭ ରନରେ ପରାସ୍ତ ହୋଇଥିଲା। ଏବେ ଏହି ମଇଦାନରେ ହିଁ ଧୋନିଙ୍କ ଟିମ୍ ଜବରଦସ୍ତ ବିଜୟ ହାସଲ କରିଛି।

୧୬୮ ରନର ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦ ଆରମ୍ଭରୁ ହିଁ ୱିକେଟ୍ ହରାଇଥିଲା। ମିଡିଲ୍ ଅର୍ଡରରେ କେନ୍ ୱିଲିୟମସନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଚେନ୍ନାଇର ବୋଲିଂ ଆଟାକକୁ ସାମ୍ନା କରିପାରିନଥିଲେ। ୱିଲିୟମସନ୍ ସର୍ବାଧିକ ୫୭ (୩୯ ବଲ୍, ୭ ଚୌକା) ରନ୍ କରିଥିଲେ। କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ (୯)ଙ୍କୁ ସାମନ୍ କରନ୍ ଆଉଟ୍ କରିଥିବା ବେଳେ ଜନ୍ନି ବେୟାରଷ୍ଟୋ (୨୩)ଙ୍କୁ ରବୀନ୍ଦ୍ର ଜାଡେଜା ପ୍ୟାଭିଲିୟନ୍ ପଠାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନିଷ ପାଣ୍ଡେ (୪), ପ୍ରିୟମ ଗର୍ଗ (୧୬), ବିଜୟ ଶଙ୍କର (୧୨) ଓ ରଶିଦ୍ ଖାନ୍ (୧୪) ନିରାଶ କରିଥିଲେ। ଚେନ୍ନାଇର ସଫଳ ବୋଲର ଭାବେ କର୍ଣ୍ଣ ଶର୍ମା ଓ ବ୍ରାଭୋ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୧୬୭ ରନ୍ କରିଥିଲା। ଧୋନି ଟପ୍ ଅର୍ଡର ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ଫାଫ୍ ଡୁପ୍ଲେସିସଙ୍କ ସହ ସାମ୍ କରନଙ୍କୁ ଓପନିଂ କରିବାକୁ ପଠାଇଥିଲେ। ଡୁପ୍ଲେସିସ୍ ଖାତା ଖୋଲିପାରିନଥିବା ବେଳେ କରନ୍ ୩୧ (୨୧ ବଲ୍, ୩ ଚୌକା, ୨ ଛକା) ରନର ଇନିଂସ୍ ଖେଳିଥିଲେ। ଅଭିଜ୍ଞ ଶେନ୍ ୱାଟସନ୍ (୪୨) ଓ ଅମ୍ବାତି ରାୟୁଡୁ (୪୧) ଟିମର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। କ୍ୟାପଟେନ୍ ଧୋନି (୨୧)ଙ୍କ ବ୍ୟାଟରୁ କିଛି ଭଲ ଶଟ୍ ଦେଖିବାକୁ ମିଳିଥିବା ବେଳେ ରବୀନ୍ଦ୍ର ଜାଡେଜା ମାତ୍ର ୧୦ ବଲରେ ଦ୍ରୁତ ୨୫ (୩ ଚୌକା, ୧ ଛକା) ରନ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ହାଇଦ୍ରାବାଦ ସନ୍ଦୀପ ଶର୍ମା, ଖଲୀଲ ଅହମ୍ମଦ ଓ ଟି. ନଟରାଜନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲା। ଅଲରାଉଣ୍ଡ ସଫଳତା ପାଇଁ ଜାଡେଜା ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

The post ଦୁବାଇରେ ହିଁ ପ୍ରତିଶୋଧ ନେଲେ ଧୋନି appeared first on Odisha Reporter.



from Odisha Reporter https://ift.tt/3lMo4F4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages