ହ୍ୱାଟସ ଆପ୍ ଚାଟ୍ ଗଣମାଧ୍ୟମରେ ପ୍ରସାରଣ କରିବା ନେଇ ସିଜେଆଇଙ୍କ ଆଗରେ ଆପତ୍ତି ଉଠାଇଲେ ଏଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 13, 2020

ହ୍ୱାଟସ ଆପ୍ ଚାଟ୍ ଗଣମାଧ୍ୟମରେ ପ୍ରସାରଣ କରିବା ନେଇ ସିଜେଆଇଙ୍କ ଆଗରେ ଆପତ୍ତି ଉଠାଇଲେ ଏଜି

ନୂଆଦିଲ୍ଲୀ: ଜଣେ ଅଭିଯୁକ୍ତର ବ୍ୟକ୍ତିଗତ କଥାବାର୍ତ୍ତା ଗଣମାଧ୍ୟମରେ ପ୍ରସାରିତ ହେବା ତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ଏଭଳି ଖବର ପ୍ରସାରଣ କରାଯାଇ ପରୋକ୍ଷରେ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରାଯାଉଛି। ଏବେ ବାକ୍ ସ୍ୱାଧୀନତା ଏବଂ ଅଦାଲତର ଅବମାନନା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ ବୋଲି ସୁପ୍ରିମକୋର୍ଟକୁ କେନ୍ଦ୍ର ସରକାରଙ୍କ ଆଟର୍ଣ୍ଣି ଜେନେରାଲ (ଏଜି) କେ.କେ ଭେନୁଗୋପାଲ କହିଛନ୍ତି। ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଏବଂ ସାମ୍ବାଦିକ ତରୁଣ ତେଜପାଲଙ୍କ ବିରୋଧରେ ୨୦୦୯ ମସିହାରେ କୋର୍ଟ ଅବମାନନା ମାମଲାରା ଶୁଣାଣି ବେଳେ ସୋମବାର ଆଟର୍ଣ୍ଣି ଜେନେରାଲ ଭେନୁଗୋପାଲ ଏହି ମନ୍ତବ୍ୟ ରଖିଛନ୍ତି। ଏହି ମାମଲାରେ ଭେନୁଗୋପାଲ କୋର୍ଟକୁ ସହଯୋଗ କରୁଛନ୍ତି।

ଅଭିଯୁକ୍ତଙ୍କ ବ୍ୟକ୍ତିଗତ ବାର୍ତ୍ତା ପ୍ରସାରଣ ତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଏଥିସହ ନ୍ୟାୟ ବ୍ୟବସ୍ଥା ପାଇଁ ମଧ୍ୟ ବିପଜ୍ଜନକ। ଯେତେବେଳେ ମାମଲା ବିଚାରଧୀନ ରହିଛି ସେତେବେଳେ ଅଭିଯୁକ୍ତଙ୍କ ବ୍ୟକ୍ତିଗତ କଥାବାର୍ତ୍ତା ପ୍ରସାରଣ କରିବା ବା ଦେଖାଇବା ନ୍ୟାୟପାଳିକାର ମର୍ଯ୍ୟାଦା ହନନ କରୁଛି ବୋଲି ଏଜି ସିଜେଆଇଙ୍କ ଆଗରେ କହିଛନ୍ତି। ବଲିଉଡ ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବିଭିନ୍ନ ହ୍ୱାଟସଆପ୍ ଚାଟକୁ ଆଖି ଆଗରେ ରଖି ଭେନୁଗୋପାଳ ପରୋକ୍ଷରେ ଏଭଳି କହିଛନ୍ତି।

ତବଲିଗି ଜମାତ ମାମଲାରେ ମୁସଲମାନମାନଙ୍କ ବିରୁଦ୍ଧରେ ଘୃଣ୍ୟ ଭାଷଣର ପ୍ରସାରଣକୁ ନେଇ ଅକ୍ଟୋବର ୮ରେ ସୁପ୍ରିମକୋର୍ଟ ବର୍ଷିଥିଲେ। ମିଡିଆରେ ଏଭଳି ଖବର ରୋକିବା ପାଇଁ ପ୍ରତିଷେଧକ ତଥା ଦଣ୍ଡବିଧାନ ପଦକ୍ଷେପ ଗ୍ରହଣ କରିବାକୁ ନେଇ ଏକ ଆବେଦନ ହୋଇଥିଲା। ଏହି ସମୟରେ ସିଜେଆଇ କହିଥିଲେ ଯେ ‘ବାକ୍ ସ୍ୱାଧୀନତାର ଅଧିକାର ଏବେ ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଛି’। ଏହାପରେ ଏଜି ମଧ୍ୟ ଏବେ ସମାନ କଥା ଦୋହରାଇଛନ୍ତି।

ସେହିପରି ଏଜି ଆହୁରି କହିଛନ୍ତି ଯେ କିଛି ମିଡିଆ କୋର୍ଟରେ ପଡ଼ିରହିଥିବା ମାମଲାକୁ ନେଇ ଖବର ପ୍ରସାରଣ କରୁଛନ୍ତି। ଏହା ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିବା ଦରକାର। ନହେଲେ ଏହା କୋର୍ଟ ଅବମାନନା ହୋଇପାରେ।

ବିଚାରାଧୀନ ଥିବା ମାମଲା ଉପରେ ଇଲେକ୍ଟ୍ରୋନିକ୍ ମିଡିଆ ଏବଂ ପ୍ରିଣ୍ଟ ମିଡିଆ ଯେଉଁଭଳିଆ ଖବର ପ୍ରସାରଣ କରୁଛନ୍ତି ଏବଂ ମନ୍ତବ୍ୟ ଦେଉଛନ୍ତି ପରୋକ୍ଷରେ ତାହା କୋର୍ଟକୁ ପ୍ରଭାବିତ କରୁଛ ବୋଲି ଭେନୁଗୋପାଲ ସିଜେଆଇଙ୍କ ଆଗରେ କହିଛନ୍ତି।

ସେହପରି ରାଫେଲ ମାମଲାରେ ଗଣମାଧ୍ୟମ ଯେଉଁଭଳି ରିପୋର୍ଟ କରିଛି ତାହା ଠିକ୍ ନୁହେଁ ବୋଲି ଏଜି କହିଛନ୍ତି। ଗତ ବର୍ଷ ଅଗଷ୍ଟ ମାସରେ ଏଜି ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଫେକ୍ ନ୍ୟୁଜ୍, ଅପମାନଜନକ, ଅଶ୍ଳୀଳ ସାମଗ୍ରୀ ଏବଂ ଦେଶ ବିରୋଧୀ ଖବର ପ୍ରସାରଣ ଉପରେ ରୋକ୍ ଲାଗିବା ଦରକାର। ସେହିପରି ସୋଶାଲ ମିଡିଆ ପ୍ରୋଫାଇଲ୍ ଆଧାର ନମ୍ବର ସହିତ ଯୋଡ଼ାଯିବା ଦରକାର।

The post ହ୍ୱାଟସ ଆପ୍ ଚାଟ୍ ଗଣମାଧ୍ୟମରେ ପ୍ରସାରଣ କରିବା ନେଇ ସିଜେଆଇଙ୍କ ଆଗରେ ଆପତ୍ତି ଉଠାଇଲେ ଏଜି appeared first on Odisha Reporter.



from Odisha Reporter https://ift.tt/3jYf5jw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages