‘ବର୍ଷ ଶେଷ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 28, 2020

‘ବର୍ଷ ଶେଷ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷ ଶେଷ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ପୂର୍ବରୁ ଶୀତକାଳୀନ ଅଧିବେଶନ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବା କଥା। କିନ୍ତୁ ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ୍‌ ୨୦ ଦିନ ଗୃହ କାର୍ଯ୍ୟ ଚାଲିଥିଲା। ତେଣୁ ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ଗୃହ କାର୍ଯ୍ୟ ବସିବାକୁ ବାକି ରହିଛି। ହେଲେ କେବେ ଅଧିବେଶନ ବସିବ, ସେନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

The post ‘ବର୍ଷ ଶେଷ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ’ appeared first on Odisha Reporter.



from Odisha Reporter https://ift.tt/3oxIKTh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages