ଜୟପୁର: ରାଜସ୍ଥାନ ଜୟପୁରରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଦଳିତ ଦମ୍ପତିଙ୍କୁ ବଳ ପୂର୍ବକ ଭାବରେ ଇସଲାମ ଧର୍ମକୁ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଛି। ନିଜେ ଧର୍ମ ପରିବର୍ତ୍ତନର ଶିକାର ହୋଇଥିବା ଯୁବକ ଏକ ଜାତୀୟ ଇଂରାଜୀ ଚ୍ୟାନେଲରେ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି।
ଏହି ଯୁବକ ଜଣଙ୍କ ହେଲେ ରାଜସ୍ଥାନ ଅଲଓ୍ୱାର ଜିଲ୍ଲାର ମେମ୍ ଚାନ୍ଦ। ଜାତିରେ ଦଳିତ। ହେଲେ ତାଙ୍କୁ ବଳପୂର୍ବକ ଭାବରେ ଇସଲାମ ଧର୍ମକୁ ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି। ଏବେ ମେମ୍ ଚାନ୍ଦ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। କିଭଳି ତାଙ୍କ ମୂଳ ଧର୍ମ ହିନ୍ଦୁକୁ ପରିବର୍ତ୍ତନ କରାଇପାରିବେ ସେ ନେଇ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ ମେମ୍ ଚାନ୍ଦଙ୍କ ଧର୍ମ ପରିବର୍ତ୍ତନ କରାଯାଇ ତାଙ୍କର ନୂଆ ନାମ ଏବଂ ଠିକଣା ରଖାଯାଇଛି। ତାଙ୍କ ନୂଆ ନାମ ମହମ୍ମଦ ଆନାସ ରହିଥିବା ବେଳେ ତାଙ୍କ ନାମରେ ହରିଆଣାର ଫିରୋଜେପୁର ଝିରକାରେ ପ୍ଲଟ ଦିଆଯାଇଛି।
ମେମ୍ ଚାନ୍ଦ ଟାଇମ୍ସ ନାଓକୁ ପ୍ରତିକ୍ରିୟାରେ କହିଛନ୍ତି, କିଛି ବ୍ୟକ୍ତି ଜମ୍ମୁ କଶ୍ମୀରକୁ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ବଳ ପୂର୍ବକ ନେଇଯାଇଥିଲେ। ସେଠାରେ ଏକ ଜମାତରେ ସାମିଲ୍ କରି ବଳ ପୂର୍ବକ ଧର୍ମ ପରିବର୍ତ୍ତନ କରାଇଥିଲେ। ଏମିତିକି ଖରାପ ଉଦ୍ଦେଶ୍ୟ ରଖି ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଧର୍ମ ପରିବର୍ତ୍ତନ କରାଯାଇଛି ବୋଲି ସେ କହିଛନ୍ତି।
ମେମ୍ ଚାନ୍ଦ ଏବେ ୧୫ ଜଣଙ୍କ ନାମରେ ଧର୍ମ ପରିବର୍ତ୍ତନର ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଧର୍ମ ପରିବର୍ତ୍ତନ ବେଳେ ‘ସେ ହିନ୍ଦୁ ଧର୍ମରେ ବିଶ୍ୱାସ କରନ୍ତି ନାହିଁ, ତେଣୁ ଇସଲାମ ଧର୍ମ ଗ୍ରହଣ କରୁଛନ୍ତି।’ ବୋଲି କହିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା ବୋଲି ମେମ୍ କହିଛନ୍ତି।
The post ମେମ୍ ଚାନ୍ଦ କିଭଳି ହେଲେ ମହମ୍ମଦ ଆନାସ? ନ୍ୟାୟ ପାଇଁ କୋର୍ଟରେ ଦ୍ୱାରସ୍ଥ appeared first on Odisha Reporter.
from Odisha Reporter https://ift.tt/2TzKmNS
No comments:
Post a Comment